ଓଡିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ଝାରସୁଗୁଡା ତରଫରୁ ଏକ ପାଞ୍ଚ ଦଫା ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ


 ଓଡିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ଝାରସୁଗୁଡା ତରଫରୁ ଏକ ପାଞ୍ଚ ଦଫା ଦାବୀ ସମ୍ବଳିତ ଦାବୀପତ୍ର ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ହସ୍ତାନ୍ତର କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଓ ସହକାରୀ ଅଧିକାରୀଙ୍କ ଅନୁପସ୍ଥିତିରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ନିରୋଜ ପଟେଲଙ୍କୁ ପ୍ରଦାନ କରାଯାଇଥିଲା। ବ୍ଲକ୍ ଗ୍ରାଣ୍ଟ, ଆଡେଡ, ନୂତନ ଆଡେଡ ଭଳି ଏକ କୁତ୍ସିତ ପ୍ରଥାକୁ ଉଚ୍ଛେଦ କରି ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ସରକାରୀକରଣ, ସମସ୍ତ ଅନୁଦାନ ଯୋଗ୍ୟ ସ୍କୁଲ୍ କଲେଜମାନଙ୍କୁ ଅନୁଦାନ ପ୍ରଦାନ, ଉଚ୍ଚ ନ୍ୟାୟାଳୟର ଆଦେଶକୁ କାର୍ଯ୍ୟକାରୀ କରି ଅବସର ପରେ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଦରମାରେ ଥିବା ଅସଙ୍ଗତି ଦୂରୀକରଣ, ଖାଲିପଡ଼ିଥିବା ପଦବୀଗୁଡ଼ିକ ପୂରଣ ଆଦି ପାଞ୍ଚଟି ବହୁ ପ୍ରତିକ୍ଷିତ ଦାବୀ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଜ୍ଞାପନ କରାଯାଇଛି। ପୂର୍ବ ସରକାର ଭଳି ବର୍ତ୍ତମାନର ରାଜ୍ୟ ସରକାର ମଧ୍ୟ ନିଜର ପ୍ରତିଶ୍ରୁତି ପୂରଣ ପରିବର୍ତ୍ତେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି। ନ୍ୟାଯ୍ୟ ଦାବୀଗୁଡ଼ିକ ପୂରଣ ନହେଲେ ଆସନ୍ତା ଗୁରୁ ଦିବସରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣା, ଆନ୍ଦୋଳନ ଓ ଜେଲ୍ ଭରୋ ଆନ୍ଦୋଳନ ଭଳି ଚରମ ପନ୍ଥା ଅବଲମ୍ବନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି, ଝାରସୁଗୁଡାର ଆବାହକ ଶ୍ରୀଯୁକ୍ତ କିଶୋର କୁମାର ମହାନ୍ତି, ଓଷ୍ଟା ସଭାପତି ସନ୍ନ୍ୟାସୀ ପଟେଲ, ହରେକୃଷ୍ଣ ପଟେଲ, ଜୟଶଙ୍କର ନାଗ, ଜୟନ୍ତୀ ପଟେଲ, ସୁରମା ପଟେଲ, ବିଭୂତି ପଟେଲ, ପରମାନନ୍ଦ ବାରିକ, କୃଷ୍ଣ ଚନ୍ଦ୍ର ମେହେର, ଅରବିନ୍ଦ ପ୍ରଧାନ, ହୃଷିକେଶ ପାତ୍ର ଆଦି ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done