ଶିଶୁ ବିକାଶ ବିଦ୍ୟାମନ୍ଦିର ପଞ୍ଚପଡା, ଠାରେ ସମ୍ଭାଗ ସ୍ତରୀୟ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ


 ଶିଶୁ ବିକାଶ ବିଦ୍ୟାମନ୍ଦିର ପଞ୍ଚପଡା, ଝାରସୁଗୁଡା ଠାରେ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଓଡିଶାଙ୍କ ମାର୍ଗଦର୍ଶନରେ ସମ୍ଭାଗ ସ୍ତରୀୟ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ପ୍ରତିଯୋଗିତାକୁ ପଶ୍ଚିମ ସମ୍ଭାଗ ପ୍ରମୁଖ ଶ୍ରୀଯୁକ୍ତ ଦିଗାମ୍ବର ମାଝୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ମମତା ସିଂହ ଭୁବନେଶ୍ୱର କାର୍ଯାଳୟରୁ ଆସିଥିବା ପ୍ରଶ୍ନପତ୍ରକୁ ଉନ୍ମୋଚନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ।ପ୍ରତିଯୋଗିତାରେ ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୁଳ, ସମ୍ବଲପୁର, ବରଗଡ ଆଦି ଜିଲ୍ଲାରୁ ସର୍ବକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗ ପାଇଁ ବଛା ବଛା ୫୪ଜଣ ଶିଶୁ ଭାଇଭଉଣୀ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ ।ରାଜ୍ୟର ମୋଟ ଆଠଟି ସମ୍ଭାଗରେ ଏହି ପ୍ରତିଯୋଗିତା ଏକକାଳୀନ ଅନୁଷ୍ଠିତ ହୋଇଯାଇଛି ବୋଲି ପଶ୍ଚିମ ସମ୍ଭାଗ ପ୍ରମୁଖ ଶ୍ରୀଯୁକ୍ତ ଦିଗାମ୍ବର ମାଝୀ ମନ୍ତବ୍ୟ ରଖିଥିଲେ । ଉକ୍ତ ପ୍ରତିଯୋଗିତାର ଖାତା ଗୁଡିକ ଭୁବନେଶ୍ୱର କାର୍ଯାଳୟଠାରେ ମୂଲ୍ୟାଙ୍କନ କରି ସାରା ରାଜ୍ୟରୁ ଉତ୍ତିର୍ଣ୍ଣ  ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ସେପ୍ଟେମ୍ବର ୧୦ତାରିଖରେ ହେବାକୁ ଥିବା ଭୁବନେଶ୍ୱର ର ଜୟଦେବ ଭବନଠାରେ ପ୍ରତିଷ୍ଠାନର ସ୍ବର୍ଣ୍ଣକ୍ଷତ୍ର ମହାଉତ୍ସବରେ ପୁରସ୍କୃତ କରାଯିବ ।ବିଦ୍ୟାଳୟ ପରୀକ୍ଷା ପ୍ରମୁଖ ମନ୍ଦାକିନୀ ମାକର, ଅଶୋକ ଜସୱl ଲ, ମଳୟ ମହାରଣା ଆଦି ପରୀକ୍ଷାରେ ନିରୀକ୍ଷକ ଭାବରେ ଦାୟିତ୍ୱ ତୁଲାଇଥିଲେ ।ବିଦ୍ୟାଳୟର ଗୁରୁମା ଝରଣା ସାହୁ, ବୀଣାପାଣି ପ୍ରଧାନ ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ପ୍ରତିଯୋଗିତାକୁ ସକ୍ରିୟ ଭାବରେ ପରିଚାଳନା କରିଥିଲେ ।ଶେଷରେ ବିଦ୍ୟାଳୟର କୋଷାଧକ୍ଷା ଶ୍ରୀମତୀ ପ୍ରିୟଙ୍କା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done