ସୁପ୍ରିମକୋର୍ଟଙ୍କ ବଡ଼ ରାୟ,ଶିକ୍ଷକଙ୍କ ପାଇଁ ଟିଇଟି ପାସ୍ କରିବା ବାଧ୍ୟତାମୂଳକ।


 ସମସ୍ତ ସରକାରୀ ଶିକ୍ଷକଙ୍କ ପାଇଁ ବଡ଼ ଖବର ।

ଶିକ୍ଷକଙ୍କ ପାଇଁ OTET ପାସ୍ ବାଧ୍ୟତାମୂଳକ କଲେ ସୁପ୍ରିମକୋର୍ଟ ।

ଟିଚର ଇଲିଜିବିଲିଟି ଟେଷ୍ଟ (OTET) ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି 

TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ଯେଉଁ ଶିକ୍ଷକମାନେ ଚାକିରିରେ ଅଛନ୍ତି ୨ ବର୍ଷରେ OTET ପାସ୍‌ କରିବାକୁ ପଡ଼ିବ । ନଚେତ୍ ଚାକିରିରୁ ଅବସର ନେବା ସୁନିଶ୍ଚିତ ।

ଯେଉଁ ଶିକ୍ଷକଙ୍କ ଅବସର ସମୟ ଆଉ ୫ ବର୍ଷରୁ କମ୍ ଅଛି ସେମାନଙ୍କ ପାଇଁ ଦରକାର ନାହିଁ OTET ।

ଅବସର ସମୟ ୫ ବର୍ଷରୁ ଊର୍ଦ୍ଧ୍ବ ବାକି ଥିଲେ OTET ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ଅଟେ ।

OTET ଉତ୍ତୀର୍ଣ୍ଣ ହୋଇ ନପାରିଲେ ବାଧ୍ୟତାମୂଳକ ଅବସର ନେବାକୁ ପଡ଼ିବ । ସଂଖ୍ୟାଲଘୁଙ୍କ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ନିଷ୍ପତ୍ତି ବୃହତ ଖଣ୍ଡପୀଠ ନେବେ ।

ସରକାରୀ ଶିକ୍ଷକଙ୍କ ପାଇଁ ଏବେ ଦୁଇ ବର୍ଷ ମଧ୍ୟରେ OTET ପରୀକ୍ଷା ପାସ୍ କରିବା ବଧ୍ୟାତାମୂଳକ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

୨୦୧୦ ପୂର୍ବରୁ ଶିକ୍ଷକତା କରିଥିଲେ ମଧ୍ୟ OTET ଏବଂ STET ପରୀକ୍ଷା ଦେବା ବାଧ୍ୟତାମୂଳକ ବୋଲି ରାୟ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ମହାରାଷ୍ଟ୍ରର ଏକ ମାମଲାର ଶୁଣାଣି କରି ଗୁରୁଦିବସ ପୂର୍ବରୁ ଏପରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଯେଉଁ ଶିକ୍ଷକ ମାନେ OTET ପରୀକ୍ଷା ପାସ୍ କରିନାହାଁନ୍ତି ସେମାନେ ଦୁଇ ବର୍ଷ ମଧ୍ୟରେ OTET ପରୀକ୍ଷା ପାସ୍ କରିବା ପାଇଁ ବାଧ୍ୟ । OTET ପରୀକ୍ଷା ପାସ୍ ନ କଲେ ଚାକିରି ହରାଇବା ପାଇଁ ପଡ଼ିବ । ୨୦ ବର୍ଷ ହେଲା ଅନେକ ଶିକ୍ଷକ OTET ପାସ୍ ନ କରି ପାଠ ପଢ଼ାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆସୁଛି । ଯାହାକୁ ଦୃଷ୍ଟି ରେ ରଖି ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି । ଅନ୍ୟପଟେ ଚାକିରିରୁ ଅବସର ନେବା ପାଇଁ ପାଞ୍ଚ ବର୍ଷରୁ କମ୍ ସମୟ ଥିଲେ OTET ପରୀକ୍ଷା ଦେବାକୁ ପଡ଼ିବ ନାହିଁ । କିନ୍ତୁ ଚାକିରି ରୁ ଅବସର ନେବା ପାଇଁ ପାଞ୍ଚ ବର୍ଷରୁ ଅଧିକ ଥିଲେ ଏହି ଶିକ୍ଷକ ମାନେ ପରୀକ୍ଷା ଦେବା ପାଇଁ ବାଧ୍ୟ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done