ବେଲପାହାଡ଼ ପୌର ପରିଷଦର ପୂର୍ବତନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରାଯାଇଛି ।
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌର ପରିଷଦ ଦୁର୍ନୀତି ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଦୁର୍ନୀତିରେ ବେଲପାହାଡ଼ ପୌର ପରିଷଦର ପୂର୍ବତନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରାଯାଇଛି । ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଦାଖଲ ପରେ ରାଜସ୍ଵ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି । ମଧୁସ୍ମିତା ସିଂ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା ଜାମଦାର ତହସିଲଦାର ଭାବରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ବିରୋଧରେ ୪ କୋଟିରୁ ଅଧିକ ଟଙ୍କାର ଆର୍ଥିକ ହେରଫେର୍ ଅଭିଯୋଗ ହୋଇଛି । ଏବେ ଏହି ଦୁର୍ନୀତିର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ଏହି ଦୁର୍ନୀତି ମାମଲାରେ ବେଲପାହାଡ଼ ପୌର ପରିଷଦର ଆକାଉଣ୍ଟାଣ୍ଡ ଗିରଫ ହୋଇଥିଲେ । ପରେ ଏହି ଘଟଣାକୁ ନେଇ ବେଲପାହାଡ଼ ପୋଲିସ୍ ଯାଞ୍ଚ୍ ଆରମ୍ଭ କରିଥିଲା । ପରେ ଏହି ଘଟଣାକୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ହସ୍ତାନ୍ତର କରାଯାଇଥିଲା । ଯାଞ୍ଚ୍ ପରେ ସତ୍ୟତା ସାମ୍ନାକୁ ଆସିବା ପରେ ବେଲପାହାଡ଼ ପୌର ପରିଷଦର ତତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି ।
0 Comments