ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ


 ଝାରସୁଗୁଡା ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ  ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସର ଡ଼ିଏମଫ ସମ୍ମିଳନୀ କକ୍ଷରେ  ପାଳିତ ହୋଇଯାଇଛି I ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭୀବେ ଯୋଗଦେଇ ଶିକ୍ଷକ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ I  ଛାତ୍ର ଛାତ୍ରୀ ମାନଙ୍କୁ ଗଢି ତୋଳିବାରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ମତ ଦେଇଥିଲେ I ଏହାସହ ଏକ ସୁସ୍ଥ ସମାଜ ଗଠନ ପାଇଁ ଶିକ୍ଷକ ଙ୍କ ଗୁରୁତ୍ୱପୂର୍ଣ ଭୂମିକା  ରହିଛି ବୋଲି କହିବ ସହିତ  ଜିଲ୍ଲାର 12 ଜଣା ଶିଷକ ଓ ଜଣେ ସିଆର ସି ସି ଙ୍କବ ମୁଖ୍ୟମନ୍ତ୍ରୀ ଶିକ୍ଷା  ପୁରସ୍କାର ପ୍ରଦାନ କରିଥିଲେ I  ଏଜି ଶିଷକ ଙ୍କ ମଧ୍ୟରେ 7 ଜଣା ମାଧ୍ୟମିକ ଶିଷକ,  5 ଜଣା ପ୍ରାଥମିକ ଶିଷକ ଏବଂ ଜଣେ ସିଆର ସି ସି ଅଛନ୍ତି I   ଶିଷକ  ଦେବେଶ ଉର୍ମା,  ଗିରିଧାରୀ ପଟେଲ, ରିଙ୍କି ମହାନନ୍ଦ,  ପରମେଶ୍ୱର ପଟେଲ, ସୁଲୋଚନା ପଟେଲ,  ସିଆର ସି ସି  ଯଦୁମଣି ପ୍ରଧାନ,  ପ୍ରତ୍ବ ମହାପାତ୍ର,  କୁଶ ସା,  ତନ୍ମୟ ଗରନାୟକ,  ପୂର୍ଣଚନ୍ଦ୍ର ସାହୁ,  ଜିତେନ୍ଦ୍ର କଂସରାଳୀ,  ଅଜିତ ଭୋଇ ଓ ଜିତେନ୍ଦ୍ର ନାଥ I ଏହି ଶିଷକ ମାନଙ୍କୁ ବିଧାୟକ ଟ୍ରଫି ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ I ଏହାସହ ଆସନ୍ତା ବର୍ଷରୁ ବିଧାୟକ ଶିଷକ ପୁରସ୍କାର ପ୍ରଦାନ କରାଯିବା ନେଇ ଶ୍ରୀ ତ୍ରିପାଠୀ ଘୋଷଣା କରିଥିଲେ I ଏଥିରେ ଜିଲ୍ଳାର 5 ଜଣ ଶିଷକ ଙ୍କୁ   20 ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କହିଥିଲେ I  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ, ଏବିଡ଼ିଓ ପ୍ରଦୀପ୍ତ ସା,  ରବି ନାରୟଣ ମାଝୀ, ଲଖନପୁର  ବିଇ ଓ  ରାଜେନ୍ଦ୍ର ସାହୁ, ଝାରସୁଗୁଡା ବିଇଓ ଅନିଲ ପଟେଲ, ଜିତେନ୍ଦ୍ର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମ ରେ  ଅଂଚଳର ସମସ୍ତ ଶିଷକ ଶିକ୍ଷୟତ୍ରୀଙ୍କ ସହ କର୍ମଚାରୀ ମାନେ ଯୋଗଦେଇଥିଲେ I

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done