ଝାରସୁଗୁଡା ଗୁଡ୍ସ ୟାର୍ଡରେ ଏନଆଇ କାର୍ଯ୍ୟ ପାଇଁ ଏଲସି ୨୫୬ ବାଲିଜୋର ଗେଟ୍ ଆସନ୍ତା ୭ ସେପ୍ଟେମ୍ବର ଦିନ ଅସ୍ଥାୟୀ ଭାବରେ ସକାଳ ୯.୦୦ ରୁ ସନ୍ଧ୍ୟା ୪.୦୦ ପର୍ଯ୍ୟନ୍ତ ବନ୍ଦ୍ କରାଯିବ । ଜେଏସଜି ଗୁଡ୍ସ ୟାର୍ଡରେ ଏନଆଇ କାର୍ଯ୍ୟ ପାଇଁ ଲେଭଲ୍ କ୍ରସିଂ ନମ୍ବର ୨୫୬ ବାଲିଜୋର ଗେଟ୍ କୁ ଅସ୍ଥାୟୀ ଭାବରେ ବନ୍ଦ୍ କରାଯିବ । ସେହି ଲେଭଲ କ୍ରସିଂ ଗେଟ୍ ନମ୍ବର ୨୫୬ ରାସ୍ତା ଯାତାୟାତ ପାଇଁ ବନ୍ଦ ରହିବ । ତେବେ ରେଳ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ଯେ ଏହି ସମୟ ମଧ୍ୟରେ ବିକଳ୍ପ ବ୍ୟବସ୍ଥା କରି ରେଳ କାର୍ଯ୍ୟକୁ ସହଯୋଗ କରିବା ପାଇଁ । ଏହି ରାସ୍ତା ଦେଇ ଯିବା ଆସିବା କରିବା ଦ୍ବାରା ନିଜ ସମୟ ନଷ୍ଟ ହେବ । ତେବେ ଆସନ୍ତା ସେପ୍ଟେମ୍ବର ୭ ରେ ବାଲିଯୋରି ୨୫୬ ନମ୍ୱର୍ ଗେଟ୍ ଦେଇ ଯାତାୟାତ ନ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି ।
0 Comments