ଗୋମାଫିଆ ଙ୍କ ଗାଡି ଧକ୍କାରେ ଟୋଲ କର୍ମଚାରୀ ମୃତ
ବର୍ତମାନ ର ବଡ଼ ଖବର ଆସିଛି ଝାରସୁଗୁଡା ଜିଲ୍ଲା ଲଖନପୁର ଅଂଚଳରୁ। ଲଖନପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଟୋଲ ଗେଟ ଠାରେ ଗୋମାଫିଆ ଙ୍କ ଗାଡି ଧକ୍କାରେ ଟୋଲ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି। ମୃତ ଟୋଲ କର୍ମଚାରୀ ହେଲେ ଅନିଲ ପଟେଲ ଓ ସେ ଲଖନପୁର ବ୍ଲକ ଅନ୍ତର୍ଗତ କଦମଡ଼ିହି ଅଞ୍ଚଳ ର ବୋଲି ସୂଚନା ମିଳିଛି। କିଛି ଦିନ ପୂର୍ବରୁ ଗୋବିନ୍ଦପୁର ଟୋଲ୍ ଗେଟ୍ ଗୋରୁ ବୋଝଇ ଗାଡ଼ି କୁ ଅଟକାଇ ବା ସମୟରେ ରେ ଗୋ ରକ୍ଷକ କୁ ଟାରଗେଟ୍ କରି ବ୍ଳାଙ୍କ ଫାଇରିଙ୍ଗ କରି ଥିବା ଘଟଣା ପରେ ଏହି ଦୁର୍ଘଟଣା ରୁ ଜଣା ପଡ଼ୁଛି ଏହି ଅଂଚଳ ରେ ଗୋମାଫିଆ କେତେ ସକ୍ରିୟ । ଏହାସହ ଏହି ଘଟଣା ପ୍ରଶାସନ ଓ ପୋଲିସ ର କାର୍ଯ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି?
0 Comments