ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗଠନ ହେଲା ନୂତନ NAC ।


 ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗଠନ ହେଲା ନୂତନ NAC । 

 ନୂତନ NAC ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ୭ ଟି ଜିଲ୍ଲାରେ ଗଠନ ହେବ ନୂଆଁ NAC । 

ମୁଖ୍ୟମନ୍ତ୍ରୀଙ୍କ କହିବାର ୨୪ ଘଣ୍ଟା ମଧ୍ୟରେ ବିଜ୍ଞପ୍ତି ପ୍ରକାଶ । ସ୍ୱାଧୀନତା ଦିବସରେ ସମ୍ବୋଧନ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝି ଯେଉଁ ନୂତନ NAC ଗଠନ ହେବା ନେଇ ଘୋଷଣା କରିଥିଲେ ସେହି ଘୋଷଣାକୁ ୨୪ ଘଣ୍ଟା ମଧ୍ୟରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟର ୭ ଟି ଜିଲ୍ଲାରେ ୧୨ ଟି ନୂତନ NAC ଗଠନ ହେବା ନେଇ ଏହି ବିଜ୍ଞପ୍ତି ରେ ପ୍ରକାଶ ପାଇଛି । ଏହି ନୂତନ NAC ଗଠନରେ ଅନୁଗୁଳର ପାଳଲହଡ଼ା, ସୁବର୍ଣ୍ଣପୁର ର ବୀରମହାରାଜପୁର, ବାଲେଶ୍ଵରର ସିମୁଳିଆ ଓ ବସ୍ତା,ମୟୂରଭଞ୍ଜ ର ବେତନଟି, ବାଂଗ୍ରିପୋସି,ଚିତ୍ରାଡ଼ା,ରାୟଗଡ଼ା ର ବିଷମ କଟକ,ସମ୍ବଲପୁର ର ବାମରା ଓ ରେଙ୍ଗାଲି, ଭଦ୍ରକ ର ତିହିଡି ଓ ଦୁସୁରି ଅଞ୍ଚଳକୁ ନୂତନ NAC ଗଠନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟରେ NAC ଗଠନ ପାଇଁ ପୂର୍ବରୁ ନବୀନ ସରକାର ଘୋଷଣା କରିଥିଲେ । ହେଲେ NAC ଗଠନ ହୋଇ ପାରି ନ ଥିଲା ଆଉ ଏହାରି ଭିତରେ ସରକାର ମଧ୍ୟ ବଦଳି ସାରିଛି । ଆଉ ସେତେବେଳେ ନବୀନ ସରକାର ରାଜ୍ୟରେ ୩୪ ଟି NAC ସହିତ ପାଞ୍ଚଟି NAC କୁ ପୌର ପରିଷଦରେ ପରିଣତ କରିବା ପାଇଁ ଘୋଷଣା କରିଥିଲେ । ହେଲେ ତାହା କଥାରେ ରହିଯାଇଥିଲା । କିନ୍ତୁ ରାଜ୍ୟରେ ମୋହନ ସରକାର ଆସିବା ପରେ ୧୨ ଟି ବ୍ଲକ କୁ NAC କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଉ NAC ଗଠନ ଘୋଷଣା ପରେ ଯେଉଁ ବ୍ଳକ୍ କୁ NAC ଘୋଷଣା କରାଯାଇଛି ସେଠାରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି  ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done