ପ୍ରକାଶ ଥାଉକି ଆଜି ସହର ମଧ୍ୟରେ ଥିବା ପୁରୁଣା ବସଷ୍ଟାଣ୍ଡ ରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ହୋଇଥିବା ଅଳିଆ ଆବର୍ଜନା,ପ୍ଲାଷ୍ଟିକ, ଦଳୀୟ ପୋଷ୍ଟର, ବ୍ୟାନର, ପତାକା ଦୀର୍ଘ ଦିନରୁ ପଡିରହିଥିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଘାସ ବଦଳରେ ଜଙ୍ଗଲୀ ଘାସ, ଜଙ୍ଗଲୀ ଗଛ ହୋଇ ରକ୍ଷଣ ବେକ୍ଷଣ ଅଭାବ ରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଥିଲା l ଗତକାଲି ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ରାଲି ବାହାରି ଗାନ୍ଧୀମୂର୍ତ୍ତି ପାଖରେ ପହଞ୍ଚିଥିଲା କିନ୍ତୁ ଗାନ୍ଧୀମୂର୍ତ୍ତି ସ୍ଥଳ ଟି ଅପରିଷ୍କାର ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ କଂଗ୍ରେସ ପୂର୍ବତନ ନଗର ସଭାପତି ଦେବାନନ୍ଦ ବାରିକ ଏବଂ ଆଜି ସଖାଳୁ ସଫା ଆରମ୍ଭ କରିଥିଲେ ଏହି ସଫେଇ କାର୍ଯ୍ୟକ୍ରମ ରେ କଂଗ୍ରେସ ଦଳ ର ପୂର୍ବତନ ଜିଲ୍ଲା ସଭାପତି ସିଆରମ ଦାସ, ଓମପ୍ରକାଶ ଠକ୍କର, ଶଙ୍କର ଦାସ, ନିରଞ୍ଜନ ମହାନନ୍ଦ, ରାଜେଶ ବାଗ, ପ୍ରମୋଦ ତଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ କରିଥିଲେ l
0 Comments