ଝାରସୁଗୁଡ଼ା : ବ୍ରାଉନସୁଗର ଜବତ,୬ ଗିରଫ


 ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପିଏମ ସ୍କୁଲ ପଡିଆରୁ ଏକ 6 ଜଣିଆ ଡ୍ରଗ୍ସ ଚଲାଣକାରୀ ଗ୍ୟାଙ୍ଗ କୁ ଗିରଫ କରିଛି ପୋଲିସ l ସେମାନଙ୍କ ନିକଟରୁ ୩୨ ଗ୍ରାମ ବ୍ରାଉନ ସୁଗର, ପେଣ୍ଟା ଯୋନିକ ଲେକଟେକ ଇଞ୍ଜେକେସନ, ୫ ଟି ଡିସ୍ପୋଭେନ ସିରିଞ୍ଜ, ୧୫ ଷ୍ଟ୍ରିପ ନାଇଟ୍ରାଯେପାମ ଟେବଲେଟ, ଏବଂ ୨ ହଜାର ଟଙ୍କା ଜବତ କରିଛି ପୋଲିସ l ଜବତ ନିଶା ଦ୍ରବ୍ୟ ର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବୋଲି ପୋଲିସ ସୂଚନା ଦେଇଛି l ଗିରଫ ଅଭିଯୁକ୍ତ ମାନେ ବ୍ରଜରାଜନଗର ଥାନା ଅଂଚଳର ବିଜୟ ଅଗ୍ରୱାଲ, ବିଜୟ ସାହା, ଉମେଶ ଚୌହାନ, ପୁସ୍ତୋମ ବାନଛୋର, କରନ କଲେତ, ଅମିତ ଷଣ୍ଢ l ଅଭିଯୁକ୍ତମାନେ ଯୁବ ଗୋଷ୍ଠୀ ଙ୍କୁ ଟାର୍ଗେଟ କରି ଏହି ନିଶା ଦ୍ରବ୍ୟ କରବାର କରୁଥିଲେ l ତେବେ ଏହି ନିଶା ଦ୍ରବ୍ୟ ଚାଲାଣ କରିବା ପୁର୍ବରୁ ବ୍ରଜରାଜନଗର ଓପିଏମ ସ୍କୁଲ ପଡିଆରେ ଅଭିଯୁକ୍ତ ମାନେ ପେକିଙ୍ଗ କରୁଥିବା ସମୟରେ ପୋଲିସ ଚଢାଉ କରି ଅଭିଯୁକ୍ତ ମାନଂକୁ ଗିରଫ କରିଛି l ଅଭିଯୁକ୍ତ ମାନଂକୁ ଗିରଫ କରିବାସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done