୩କୋଟି ୬୦ ଲକ୍ଷ ବ୍ୟୟ ଅଟକଳରେ ଧାନ ସଂରକ୍ଷଣ କେନ୍ଦ୍ରର ଶିଳାନ୍ୟାସ କଲେ ବିଧାୟକ


 ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଳକର ପରମାଣପୁର,କୋଲାବିରା, ଝାର୍ଲାପାଲି ଓ ସମାସିଂହା କୃଷି ସମବାୟ ସମିତିରେ ୩କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାରୋଟି ଧାନ ସଂରକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । କୋଲାବିରା, ପରମାଣପୁର, ସମାସିଂହା ଓ ଝିର୍ଲାପାଲି କୃଷି ସମବାୟ ସମିତି ରେ ପ୍ରତ୍ୟେକ କେନ୍ଦ୍ର ର ନିର୍ମାଣ ପାଇଁ ୯୦ ଲକ୍ଷ ଟଙ୍କାରୁ ଉଦ୍ଧ ବ୍ୟୟ ରେ ପୂର୍ତ ବିଭାଗ ଦ୍ବାରା ଏହି ଧାନ ଶସ୍ୟ ସଂରକ୍ଷଣ ଗୃହ ନିର୍ମାଣ କରାଯିବ ।

ବିଧାୟକ ଶ୍ରୀ ତ୍ରିପାଠୀ ପରମାଣପୁର ସମିତି ପାଇଁ ପତ୍ରାପାଲି ବଜାର ପ୍ରାଙ୍ଗଣରେ, କୋଲାବିରା ସମିତି ପାଇଁ କୃଷି କାର୍ଯ୍ୟାଳୟ ପଛପଟେ, ସମାସିଂହା ସମିତି ପାଇଁ କଲୋନୀ ପଡ଼ା ରେ ଓ ଝିର୍ଲାପାଲି ସମିତି ପାଇଁ ଭାଡ଼ିମାଲ୍ ରେ ଏହି କେନ୍ଦ୍ର ନିର୍ମାଣ ପାଇଁ ଶିଳାନ୍ୟାସ ଦେଇଥିଲେ । ଶିଳାନ୍ୟାସ ଉତ୍ସବରେ ବିଧାୟକ ଙ୍କ ସହ ବିଡ଼ିଓ ଅଶୋକ ମାଝୀ,ସମବାୟ ବିଭାଗ ସମ୍ବଲପୁର ମଣ୍ଡଳ ନିବନ୍ଧକ ମମତା ରାଣୀ କୂଜୁର, ଝାରସୁଗୁଡ଼ା ଉପନିବନ୍ଧକ ବନମାଳୀ ନାଏକ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସତ୍ୟବାନ ପଟେଲ, ଏସଜିଓ ଆଶିଷ ଲେଙ୍କା, ଜେଇ ତାପସ ନାଏକ, ବିଧାୟକ ପ୍ରତିନିଧ ତଥା ବିଜେପି ମଣ୍ଡଳ ସଭାପତି ରାଜେଶ ଦାଶ, ଉପସଭାପତି ସଞ୍ଜୟ ପୂଜାରୀ, ସାଂସଦ ପ୍ରତିନିଧ ସମରେନ୍ଦ୍ର ରାଏ,ପରମାଣପୁର ସରପଞ୍ଚ ଜାହ୍ନବୀ ପ୍ରଧାନ, ଝିର୍ଲାପାଲି ସରପଞ୍ଚ ତିଳୋତ୍ତମା ଛଛାନ, ପରମାଣପୁର, କୋଲାବିରା, ସମାସିଂହ ଓ ଝିଲାପାଲି ସମବାୟ ସମିତି ର ସମ୍ପାଦକ ଓମପ୍ରକାଶ ମହାପାତ୍ର, ଦେବରାଜ କୁମୁରା, ସୁବାସ ପଟେଲ ଓ ହରେଶ ପଟେଲ, ସମାସିଂହା ସମିତି ର ସଭାପତି ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ସମିତି ର ବୋର୍ଡ ଡାଇରେକ୍ଟର ସଦସ୍ୟ, ବହୁ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଜନସାଧାରଣ ଯୋଗଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done