ଝାରସୁଗୁଡା ପୌର ପରିଷଦ ଅନ୍ତର୍ଗତ ଦେବାଡିହି ରେ ନୂତନ ଭାବେ ନିର୍ମାଣ ହୋଇଥିବା ଗ୍ରାମଦେବୀ ପୂଜାସ୍ଥଳୀ କୁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବ ରେ ଯୋଗ ଦେଇ ରେ ଲୋକାର୍ପଣ କରିଛନ୍ତି | ବିଧାୟକ ପାଣ୍ଠି ରୁ ଅଢେଇ ଲକ୍ଷ ଅର୍ଥରାଶି ପ୍ରଦାନ କରାଯାଇ ଗ୍ରାମଦେବୀ ପୂଜାସ୍ଥଳୀ ର ଉନ୍ନତିକରଣ କାର୍ଯ୍ୟ ନିମନ୍ତେ କାର୍ଯ୍ୟ ସମାପନ ହୋଇ ବୁଧୁବାର ବିଧାୟକ ତ୍ରିପାଠୀ ଙ୍କ ଦ୍ୱାରା ଲୋକାର୍ପଣ କରାଯାଇଛି । ଏହି ଉତ୍ସବ ରେ ବିଧାୟକ ତ୍ରିପାଠୀ ଙ୍କ ସହିତ କନିଷ୍ଠ ଯନ୍ତ୍ରୀ ଲୀନାରାଣୀ ନାୟକ, କାଉନସିଲର ଦେବବ୍ରତ ପାଣ୍ଡେ , ହରିଶ୍ଚନ୍ଦ୍ର ପାଣ୍ଡେ , ବିରେନ୍ଦ୍ର ପାଣ୍ଡେ , ଗ୍ରାମର ଗୈାନ୍ତିଆ ଧ୍ରୁବ ଚରଣ ପାଣ୍ଡେ ,ତ୍ରିଲୋଚନ ପ୍ରଧାନ , ଶିବଲାଲ ପ୍ରଧାନ , ସଞ୍ଜୟ ପାଣ୍ଡେ ,ବିପିନ୍ଦ୍ର କଣ୍ଡରା , କିଶୋର ପ୍ରଧାନ ଓ ଝାଙ୍କର ଜଗନ୍ନାଥ ଭୋଇ ପ୍ରମୁଖ ଉପସ୍ଥିତ ରହି ଗ୍ରାମ ର ସମସ୍ତ ଜନସାଧାରଣ ଉପସ୍ଥିତ ହୋଇ ମାଁ ଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ ଏବଂ କାଉନସିଲର ଦେବବ୍ରତ ପାଣ୍ଡେ ଗ୍ରାମବାସୀ ଙ୍କ ତରଫରୁ ବିଧାୟକ ତ୍ରିପାଠୀ ଙ୍କୁ କୃତଜ୍ଞତା ଜ୍ଞାପନ କରି ଥିଲେ ।
0 Comments