ଝାରସୁଗୁଡା ଗସ୍ତରେ ଥିବା ବେଳେ ହସ୍ତତନ୍ତ ଓ ବୟନଶିଳ୍ପ ସଚିବ ଗୁହା ପୁନମ ତାପସ କୁମାର୍ ଝାରସୁଗୁଡ଼ା ର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଆଉ ଏହି କ୍ରମରେ ଝାରସୁଗୁଡ଼ା ସ୍ଥିତ କାଳୀ ମନ୍ଦିର ପରିଦର୍ଶନ କରିଛନ୍ତି ସଚିବ । ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ସଚିବ ଗୁହା ପୁନମ ତାପସ କୁମାର ଗ ଝାରସୁଗୁଡ଼ା ସହରସ୍ଥିତ କାଳୀ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ସହରର ବରିଷ୍ଠ ନାଗରିକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସେ କିଛି ସରକାରୀ କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡ଼ା ଜିଲା ଗସ୍ତରେ ଅଛନ୍ତି । ପୂର୍ବରୁ ସେ ଝାରସୁଗୁଡ଼ା ଜିଲାପାଳ ଥିବାରୁ ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ତାଙ୍କର ପରିଚୟ ରହିଛି । ତେଣୁ ସେ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ଜିଲ୍ଲା ଓ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ବରିଷ୍ଠ ନାଗରିକଙ୍କ ସହିତ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ପୂର୍ବତନ ପୌରାଧ୍ଯକ୍ଷ ତାପସ ରାୟ ଚୌଧୁରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ୟା କଣ ରହିଛି ଏବଂ ଏହାର ସମାଧାନ ର ବାଟ କିପରି ଫିଟିବ ସେ ବିଷୟରେ ସମସ୍ତଙ୍କ ସହ ଆଲୋଚନା କରିବା ସହ ସଚିବ କିଛି ସମୟ ସେମାନଙ୍କ ସହ ଅତିବାହିତ ଥିଲେ ।
0 Comments