ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡ଼ିଶାର ଝାରସୁଗୁଡ଼ା ଶାଖା ଅଙ୍ଗନୱାଡି କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ସେମାନଙ୍କ ଦାବି ଅନୁଯାୟୀ ଅଙ୍ଗନୱାଡି କର୍ମୀ ସହାୟିକାଙ୍କୁ ସରକାରୀ ଘୋଷଣା, କର୍ମୀଙ୍କୁ ୧୮ ହଜାର ଏବଂ ସହାୟିକାଙ୍କୁ ୯ ହଜାର ଟଙ୍କା ମାସିକ ପ୍ରଦାନ, କର୍ମୀଙ୍କୁ ୧୦ ଲକ୍ଷ ଓ ସହାୟିକାଙ୍କୁ ୫ ଲକ୍ଷ ଲେଖାଏ ଅବସରକାଳୀନ ସହାୟତା ରାଶି ସହିତ ୫ ହଜାର ଟଙ୍କା ପେନ୍ସନ୍ ପ୍ରଦାନ ଆଦି ଦାବି ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି | ଏହି ଅବସରରେ ଅଙ୍ଗନଓ୍ବାଡି ୱାର୍କର୍ସ ସଂଘର ୨୦୦ରୁ ଊର୍ଦ୍ଧ୍ୱ କର୍ମୀ ଓ ସହାୟିକା ସାମିଲ ହୋଇ ସଭାପତି ଜ୍ୟୋତ୍ସ୍ନା ମହାନନ୍ଦଙ୍କ ନେତୃତ୍ୱ ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଜିଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି |
0 Comments