ଲଖନପୁର ବ୍ଲକ ଦଳଗାଁ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ବିରୁଦ୍ଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆସିଛି ।


 ପୁଣି ଆସିଲା ଶିକ୍ଷକଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ ।ପ୍ରଧାନ ଶିକ୍ଷକ ଙ୍କ ନାଁ ରେ ଅଭିଯୋଗ ଆଣିଲେ 34 ଜଣ ଛାତ୍ରୀ।ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଦଳଗାଁ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଅଜୟ ବେହେରାଙ୍କ ନାଁରେ ଆସିଲା ଏଭଳି ଅଭିଯୋଗ । ଦୁଇ ଜଣ ଛାତ୍ରୀଙ୍କୁ ଗତକାଲି ଅଶାଳୀନ ବ୍ୟବହାର କରିବା ପରେ ପ୍ରଧାନ ଶିକ୍ଷକ ଙ୍କ ସବୁଦିନିଆ କୀର୍ତ୍ତି ଧରାପଡ଼ିଲା। ବନହରପାଲି ଥାନାରେ ଅଶାଳୀନ ଆଚରଣ ହୋଇଥିବା ନେଇ ଥାନାରେ ହେଲା ଏତଲା । ନିୟମିତ ଭାବେ ପ୍ରଧାନ ଶିକ୍ଷକ ଅଷ୍ଟମ, ନବମ,ଓ ଦଶମ ଶ୍ରେଣୀ ଛାତ୍ରୀ ଙ୍କ କୋଠରୀ କୁ ଯିବା ସହ ସେମାନଙ୍କ ଗାଧୁଆ ସମୟରେ ମଧ୍ୟ ବାଥରୁମ କୁ ପଶି ଝିଅ ମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି।ଆଜି ଛାତ୍ରୀ ମାନେ welfare extension officer ଙ୍କ ନିକଟରେ ଅଭିଯୋଗ କରିବା ପରେ cwc କୁ ଜଣାଇଛି ଜିଲ୍ଲା ମଙ୍ଗଳ ବିଭାଗ।ଏହି ମାମଲାରେ ହସ୍ତକ୍ଷେପ କରି cwc ଅଧିକ ତଦନ୍ତ ଆରମ୍ଭ କରିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done