ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ ହତ୍ୟାକାଣ୍ଡରେ ଆଉ ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ।


 ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ ହତ୍ୟାକାଣ୍ଡରେ ଆଉ ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ । 

ନବ ଦାସଙ୍କ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇ ନ ଥିବା ବେଳେ ଭିନ୍ନ ଭିନ୍ନ ସମୟ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଆଉ ଏହି କ୍ରମରେ ଆଜି ମାନ୍ୟବର ଝାରସୁଗୁଡ଼ା ଏଡିଜେ କୋର୍ଟରେ ପୁଣି ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ନବ ଦାସ ହତ୍ୟାକାଣ୍ଡ ରେ ମୋଟ୍ ୧୫୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବାକୁ ଥିବା ବେଳେ ଆଜି ୩୩ ନମ୍ୱର୍ ସାକ୍ଷୀ ସାଇନଟିଫିକ୍ ଫଟୋଗ୍ରାଫର୍ ସଞ୍ଜୟ କିସାନଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସଞ୍ଜୟ କିସାନ ପୋଲିସ୍ ଫଟୋଗ୍ରାଫର୍ । ହତ୍ୟାକାଣ୍ଡ ସମୟରେ ସେ ବିଭିନ୍ନ ଦିଗରୁ ଫଟୋ ଉତ୍ତୋଳନ କରିଥିଲେ । ଯାହାଫଳରେ ସଞ୍ଜୟ ଏହି ହତ୍ୟାକାଣ୍ଡର ଜଣେ ପ୍ରମୁଖ ସାକ୍ଷୀ ରହିଛନ୍ତି । ଆଉ ଏହି କ୍ରମରେ  ହତ୍ୟା ସମୟରେ ଘଟିଥିବା ବିଭିନ୍ନ ଦିଗ ଉପରେ ମାନ୍ୟବର ଝାରସୁଗୁଡ଼ା ଏଡିଜେ କୋର୍ଟରେ ତାଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done