କୋଲାବିରା ବ୍ଳକ୍ ଅଞ୍ଚଳରେ ବଜ୍ରାଘାତରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ


 ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଳକ୍ ଅଞ୍ଚଳରେ ବଜ୍ରାଘାତରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ । ବିଲକୁ ରାସି ବୁଣିବା ପାଇଁ ଯାଇଥିବା ବେଳେ ଟ୍ରାକ୍ଟରର ଡ୍ରାଇଭର ଏବଂ ହେଲପର୍ ଙ୍କ ମୃତ୍ୟୁ ଘଟିଛି । କୋଲାବିରା ବ୍ଳକ୍ ପରମାଣପୁର ଅନ୍ତର୍ଗତ କାଳୀବାହାଲ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ କାଳୀବାହାଲ ଗ୍ରାମର ଚାଷୀ ବୀର କିଶାନ ଟ୍ରାକ୍ଟର ନେଇ ବିଲକୁ ରାସି ବୁଣିବା ପାଇଁ ଯାଇଥିଲେ । ତାଙ୍କ ସହିତ ଟ୍ରାକ୍ଟରର ହେଲପର୍ ଦୁଃଖବନ୍ଧୁ ମାଝି ମଧ୍ୟ ରହିଥିଲେ । ତେବେ ରାସି ବୁଣିବା ସମୟରେ ପ୍ରବଳ ବର୍ଷା ହେବାରୁ ବାର୍ଷାରୁ ଆଶ୍ରୟ ପାଇବା ପାଇଁ ନିକଟରେ ଥିବା ଏକ ମହୁଲ ଗଛ ତଳେ ଆଶ୍ରୟ ନେଇଥିଲେ । ହଠାତ୍ ବଜ୍ରାଘାତ ହେବା ଯୋଗୁଁ ଉଭୟ ସେଠାରେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳକୁ ପହଞ୍ଚି ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିଲେ ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done