ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା କୌଣସି ନେତା 30 ଦିନରୁ ଅଧିକ ସମୟ ଜେଲ ରେ ରହିଲେ ନିଜ ପଦ ହାରିବେ | ଏଭଳି ବିଲ ଉପସ୍ଥାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା| ସଂସଦ ର ଯୁଗ୍ମ କମିଟି କୁ ପଠାଇବା ପାଇଁ ଗୃହରେ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ମନ୍ତ୍ରୀ |
ଏହି ବିଲ ଅନୁଯାଇ ସେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ କିମ୍ବା ନେତା ଯଦି କୌଣସି ଗୁରୁତର ଅପରାଧିକ ମାମଲାରେ ଗିରଫ ହୋଇ 30 ଦିନରୁ ଅଧିକ ଜେଲ ରେ ରହିଲେ ସେମାନେ ତାଙ୍କର ପଦ ହରାଇବେ | ତେବେ ଏହି ବିଲ ଗୁଡିକ ହେଉଛି ସମ୍ବିଧାନ 130ତମ ସଂଶୋଧନ ବିଲ୍ ,କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ ବିଲ୍ | ମନ୍ତ୍ରୀ ଏହି ତିନୋଟି ବିଲ କୁ ମଧ୍ୟ ପାସ କରିବା ପାଇଁ ସଂସଦ ର ଯୁଗ୍ମ କମିଟି ସମ୍ମୁଖରେ ଏହାକୁ ଆଗତ କରିବେ | ତେବେ ଦେଶରେ ମୁଖ୍ୟ ପଦବୀ ରେ ଥିବା ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ଙ୍କୁ ଏଭଳି କିଛି ଆଇନ ନାହିଁ ତେଣୁ କେନ୍ଦ୍ରଶାସିତ ଅଞ୍ଚଳ ସରକାର ବିଲ 1963 ରେ ସଂଶୋଧନ ର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ ଅମିତ ସାହ କହିଛନ୍ତି |
0 Comments