ତେବେ ୨୦୨୨ ମସିହାରୁ ଝାରସୁଗୁଡ଼ାରେ ଏକ ଶହେ ଶଯ୍ୟା ବିଶିଷ୍ଠ ଇଏସ୍ଆଇ ହସ୍ପିଟାଲ ଖୋଲିବାକୁ ମଞ୍ଜୁର ହୋଇଥିଲା। ୨୦୨୨ ମସିହା ଜୁନ୍ରେ ବସିଥିବା ଇଏସ୍ଆଇ ନିଗମର ୧୮୮ତମ ବୈଠକରେ ଦେଶରେ ୨୩ଟି ନୂତନ ଇଏସ୍ଆଇ ହସ୍ପିଟାଲ ଖୋଲିବାକୁ ମଞ୍ଜୁରି ହୋଇଥିଲା। ଏଥିରେ ଝାରସୁଗୁଡ଼ା ହସ୍ପିଟାଲ ମଧ୍ୟ ରହିଥିଲା। ତେବେ ଏହି ହସ୍ପିଟାଲ ପାଇଁ ରାଜ୍ୟ ପକ୍ଷରୁ ଆବଶ୍ୟକୀୟ ଜମି ଚିହ୍ନଟ ପ୍ରକ୍ରିୟା ଓ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଥିଲା। ୨୦୨୪ ମସିହା ଅକ୍ଟୋବର ୨୨ ତାରିଖରୁ ଏହି ହସ୍ପିଟାଲ ପାଇଁ ଜମିର ଲିଜ୍ ହୋଇଥିବା ବେଳେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇପାରୁନଥିଲା। ତେବେ ଝାରସୁଗୁଡ଼ା ବିଧାୟକ ଶ୍ରୀ ତ୍ରିପାଠୀ ଏନେଇ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ଇଏସ୍ଆଇ କୁ ଜମି ହସ୍ତାନ୍ତର କରିବା ନେଇ ଗତକାଲି ସ୍ଥିର ହୋଇଥିଲା ।ଗତକାଲି ଏକ ଉଚ୍ଚ ସ୍ତରୀୟ ବୈଠକରେ ଜମି ସ୍ଥାନାନ୍ତର ଲାଗି ଦିନ ଧାର୍ଯ୍ୟ ହେବା ପରେ ଆଜି ଇଡକୋ ଜମି ହସ୍ତାନ୍ତର କରିଛି।ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ପରେ ଝାରସୁଗୁଡ଼ା ବିଜେପି ନେତା ମାନେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଏହି ହସ୍ପିଟାଲ୍ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଞ୍ଚଳ ର ଶ୍ରମିକ ଶ୍ରେଣୀ ର ଲୋକ ଓ ତାଙ୍କ ପରିବାର ଏହାର ଲାଭ ଉଠାଇପାରିବେ ବୋଲି କହିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମ ରେ ଇଡକୋ ଅଧିକାରୀ ଅମୂଲ୍ୟ ବାଗ, ଇଏସଆଇଏସ ର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦିପ ଗୋଏଲ ଙ୍କ ସହିତ ଅନ୍ୟ ଇ ଏସ ଆଇ ଏସ ର ଅଧିକାରୀ ଉପସ୍ଥିତ ଥିବା ବେକେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରେମସେନ ରାୟ,ଅରବିନ୍ଦ ପାଠକ,ରଘୁରାମ ପାଲ, ସନ୍ତୋଷ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।
0 Comments