ଆସନ୍ତା କାଲି ଜୁଲାଇ ୧୭ ରେ ଓଡ଼ିଶା ବନ୍ଦ ଡାକରା। ବାଲେଶ୍ଵର FM କଲେଜ ଛାତ୍ରୀ ସୌମ୍ୟାଶ୍ରି ବିସିଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ ରୁ ସନ୍ଧ୍ୟା ୬ ଟା ଯାଏଁ ଏହି ଓଡ଼ିଶା ବନ୍ଦ ଡାକରା ଜାରି ରହିବ। ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବ।ମେଡିକାଲ୍, ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ ଭଳି ଜରୁରିକାଳୀନ ସେବା ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ତେବେ ଏହି ଅବସରରେ ରାଜ୍ୟରେ ଥିବା ୩୦୦୦ ରୁ ଉର୍ଦ୍ଧ୍ବ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିବ ବୋଲି ପେଟ୍ରୋଲ ଡ଼ିଲର ସଙ୍ଘ ନିଷ୍ପତ୍ତି ନେଇଛି। ଓଡ଼ିଶା ବନ୍ଦ ସମୟରେ କୌଣସି ଅପ୍ରୀତିକର ଘଟଣା ଯେପରି ନ ସୃଷ୍ଟି ହେଉ ତାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନେଇଛି ପେଟ୍ରୋଲ ଡ଼ିଲର ସଙ୍ଘ। ଏହି ବନ୍ଦ ଡାକରା ରେ ରାଜ୍ୟରେ ଥିବା ମୁଖ୍ୟ ତିନିଟି ପେଟ୍ରୋଲ ଡିପୋ ମଧ୍ୟ ବନ୍ଦ ରହିବ। ତେବେ ଏହି ଓଡ଼ିଶା ବନ୍ଦ ଡାକରା ଯୋଗୁଁ ବ୍ୟବସାୟରେ ୧୦୦ କୋଟି ରୁବ ଅଧିକ କ୍ଷତି ହେବା ନେଇ ସଙ୍ଘ ପକ୍ଷରୁ କୁହାଯାଇଛି।
0 Comments