ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ତରଫ ରୁ ଆସନ୍ତା ଏକ ତାରିଖ ଦିନ ସମ୍ବଲପୁରୀ ଦିନ ଝାରସୁଗୁଡ଼ା ବେହେରାମାଲ ସ୍ଥିତ ଏମ ସି ଏଲ ଅଡିଟୋରିମୟରେ ପାଳନ କରାଯିବ।ଏଥିପାଇଁ ଆଜି ଝାରସୁଗୁଡ଼ା ର ଆରାଧ୍ୟ ଦେବତା ବାବା ଝାଡେଶ୍ୱର୍ ଙ୍କ ନିକଟରେ ନିୟୁତା ପ୍ରଦାନ କରାଯାଇଛି।ଆସନ୍ତା ଏକ ତାରିଖ ଦିନ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ,ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ,ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ସହିତ ଝାରସୁଗୁଡ଼ା ଟଙ୍କଧର ତ୍ରିପାଠୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ତାହା ସହିତ ଏହି ଅବସରରେ ପ୍ରସିଦ୍ଧ ବ୍ୟଙ୍ଗ କବି ମନ ମାଷ୍ଟ୍ରେ,ସମ୍ବଲପୁରୀ ଗାୟକାର ଶାଶ୍ଵତ ତ୍ରିପାଠୀ,ସମ୍ବଲପୁରୀ ଗାୟିକା ତପସ୍ଵିନୀ ଦାସ ପ୍ରମୁଖ ସାମିଲ ହେବାର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯାଇଛି।
0 Comments