ଅପରାଧକୁ ଦମନ କରିବା ପାଇଁ କଡ଼ା ଦଣ୍ଡବିଧାନ ଓ ସମ୍ପତ୍ତି ଜବର ଦଖଲର ଭୟ ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ଉପବାଚସ୍ପତିଙ୍କ ପକ୍ଷରୁ ।
ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି , ସାମ୍ନାକୁ ଆସୁଛି ମାଳ ମାଳ ଚୋରି, ନାରୀ ନିର୍ଯାତନା ମାମଲା । ଅପରାଧ ପ୍ରବଣର ଅପବାଦ ମୁଣ୍ଡାଇଲାଣି ଓଡ଼ିଶା । ଅପରାଧୀଙ୍କୁ ଦମନ ପାଇଁ ପଦକ୍ଷେପ ନେବାକୁ ଆହ୍ବାନ ଦିଆଯାଇଛି । ଓଡ଼ିଶା ପାଇଁ ଆସୁ 'ଓଡ଼ିଶା ଗ୍ୟାଙ୍ଗଷ୍ଟର୍ସ ଓ ଅସାମାଜିକ ଗତିବିଧି ଆଇନ୍ ' । ଏହି ଆହ୍ବାନ ଦେଉଛନ୍ତି ଉପବାଚସ୍ପତି । ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତି ଓଡ଼ିଶାରେ ଉତ୍ତର ପ୍ରଦେଶ ଷ୍ଟାଇଲ୍ ଆଇନ୍ ଆସୁ ବୋଲି ପ୍ରସ୍ତାବ ଦିଆଯାଇଛି । ସେ କହିଛନ୍ତି, ଅପରାଧୀଙ୍କୁ ଦମନ ପାଇଁ ଅଣ୍ଟା ଭିଡ଼ନ୍ତୁ ସରକାର । ରାଜ୍ୟରେ ବଢୁଛି ଅପରାଧ ସାମ୍ନାକୁ ଆସୁଛି ମାଳ ମାଳ ଚୋରି, ନାରୀ ନିର୍ଯାତନା ମାମଲା । ଆଉ ଏହାକୁ ଦମନ କରିବାକୁ ହେଲେ ରାଜ୍ୟରେ ଉତ୍ତର ପ୍ରଦେଶ ଷ୍ଟାଇଲ ଆଇନ ଆଣିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ଆଉ ଏହି ପ୍ରସ୍ତାବ ସେ କହିଛନ୍ତି ଅପରାଧ ଦମନ ପ୍ରସ୍ତାବରେ କଡ଼ା ଦଣ୍ଡବିଧାନ ଓ ସମ୍ପତ୍ତି ଜବରଦଖଲର ଭୟ ରଖାଯାଉ । ବଡ଼ ବଡ଼ ନେତା, ଅର୍ଥ ଲଗାଉଥିବା ବ୍ୟକ୍ତିବିଶେଷଙ୍କୁ ଦମନ କରାଯାଉ ଅପରାଧ ଶ୍ରେଣୀୟ ଗୋଷ୍ଠୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିବାକୁ ନିୟମ ଆସୁ । ଏହା ସହ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ କଡ଼ା ଆଇନ କାନୁନ୍ ଲାଗୁ ହେଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।
0 Comments