ସି ଏମ କପ୍ ସେମିଫାଇନାଲ ମ୍ୟାଚ ମ୍ୟାଚ୍ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ


 ଆସନ୍ତା କାଲି ଝାରସୁଗୁଡ଼ା ଓ ଏମ ପି ଫୁଟବଲ ପଡିଆ ରେ ସି ଏମ କପ୍ ର ସେମିଫାଇନାଲ ମ୍ୟାଚ ଖେଳାଯିବ।ଏହି ମ୍ୟାଚ୍ ଆସନ୍ତା କାଲି ଅପରାହ୍ନ ତିନିଟା ତିରିଶ ମିନିଟ ବରଗଡ଼ ସହିତ ଯାଜପୁର ମଧ୍ୟରେ ଖେଳାଯିବ।ମ୍ୟାଚ୍ ପୂର୍ବରୁ ଆଜି ଫୁଟବଲ ପଡିଆ ରେ ସମସ୍ତ ଜିନିଷକୁ ନେଇ ଆଜି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜିଲ୍ଲା କ୍ରୀଡ଼ା ସଙ୍ଘ ର କର୍ମକର୍ତ୍ତା ଙ୍କ ସହିତ ସମୀକ୍ଷା କରିଛନ୍ତି।ତେବେ ମ୍ୟାଚ୍ ଦେଖିବାକୁ ଶହ ଶହ ଲୋକଙ୍କ ସମାଗମ ହେବ।ତେବେ ପଡିଆ ମଧ୍ୟରେ କିପରି ଶୃଙ୍ଖଳା ବଜାୟ ରହିବ ଓ କୌଣସି ସମସ୍ୟା ଦେଖାଦେବନି ସେ ନେଇ ଝାରସୁଗୁଡ଼ା ବିଧାୟକ ଗୁରୁତ୍ଵ ଦେଇଥିବା ଦେଖିବାକୁ ମିଳିଛି।ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଫାଓ ର ସଭାପତି ଚୟନ ପରେ ଜିଲ୍ଲା ରେ 

ଏକ ବଡ଼ ଫୁଟବଲ ମ୍ୟାଚ ହେବାକୁ ଯାଉଛି।ଯାହାକୁ ନେଇ ସମସ୍ତେ ଉତ୍ସାହ ଥିବା ଦେଖିବାକୁ ମିଳିଛି।ଆସନ୍ତା କାଲି ହେବାକୁ ଥିବା ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଯୋଗ ଦେବାକୁ ଥିବା ବେଳେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସମେତ ଉତ୍ତରାଞ୍ଚଳ ଆଇ ଜି,ଝାରସୁଗୁଡ଼ା ଜିଲ୍ଲାପାଳ ଓ ଝାରସୁଗୁଡ଼ା ଏସ ପି ଉପସ୍ଥିତ ରହିବେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done