ଗ୍ରାମାଞ୍ଚଳରେ ରାସ୍ତା ସୁଦୃଢୀକରଣ ନେଇ ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ


 ଗ୍ରାମାଞ୍ଚଳରେ ରାସ୍ତା ସୁଦୃଢୀକରଣ ନେଇ ବିଧାୟକଙ୍କ ସମୀକ୍ଷା ବୈଠକ                                                                                          ଆଜି ପୂର୍ବାହ୍ନ ରେ ଜିଲ୍ଲା ସମ୍ମିଳନୀ କକ୍ଷରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ଗ୍ରାମାଞ୍ଚଳରେ ରାସ୍ତା ସୁଦୃଢୀକରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକରେ ବିଧାୟକ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଥିବା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ର ସମସ୍ତ ଗ୍ରାମକୁ ଯେପରି ପକ୍କା ରାସ୍ତା ସୁନିଶ୍ଚିତ କରାଯାଇ ପାରିବ  ସେ ନେଇ ଉପସ୍ଥିତ ଅଧିକାରୀଙ୍କ ସହିତ  ଆଲୋଚନା କରିଥିଲେ | ଏହାସହ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ କମିଟି ଗଠନ କରାଯିବ । ଯେଉଁଥିରେ ବ୍ଲକ ସହାୟକ ଯନ୍ତ୍ରୀ, ବ୍ଲକର ରେଞ୍ଜର, ଗ୍ରାମ ଉନ୍ନୟନ ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀ ମାନେ ସଦସ୍ୟ ରହିବେ । ଏହି କମିଟି 15 ଦିନ ମଧ୍ୟରେ ରାସ୍ତା ଗୁଡିକର ତଦନ୍ତ କରି  ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହ ଅଧିକାରୀଙ୍କୁ ପ୍ରଦାନ କରିବେ ।   ଏହି ବୈଠକରେ ଦିନ ଜିଲ୍ଲାପାଳ ଅବୋଲି ସୁନିଲ ନରବନେ ,ପୂର୍ତ୍ତ ବିଭାଗ  କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟବାନ ପଟେଲ , ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ  ଏସ । ଛୁରିଆ ,ଡିଏଫ୍ଓ ମନୁ ଅଶୋକ ଭଟ୍ଟ, ସିଡିଓ ବିଶ୍ବ ରଞ୍ଜନ ନାୟକ ,ସମସ୍ତ ବିଡିଓ ,କନିଷ୍ଠଜନ୍ତ୍ରୀ  ପ୍ରମୁଖ ଯୋଗଦେଇଥିଲେ |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done