ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରେ ଦୁର୍ବଳ ପଡ଼ିଲା । ଲୋକେ ବର୍ଷା ହେବ ବୋଲି ଆଶ୍ବସ୍ତ ଥିବା ବେଳେ ଏବେ ଖରାର ତାତି ବଢିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । କିଛି ଦିନ ପୂର୍ବେ ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗମନ କରିଥିଲା । ତେଣୁ ଏନେଇ ଲୋକେ ତାତି ରୁ ଶାନ୍ତି ମଧ୍ୟ ପାଇଥିଲେ । ହେଲେ ମୌସୁମୀ ଓଡ଼ିଶା ଛୁଇଁ ଏବେ ପଶ୍ଚିମବଙ୍ଗ ଏବଂ ବଙ୍ଗଳାଦେଶ ଆଡ଼କୁ ଗତି କରିଛି । ଯାହାଫଳରେ ପୁଣି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବାରେ ଲାଗିଛି । ଉପକୂଳବର୍ତୀ ଅଞ୍ଚଳରେ ଗୁଳୁଗୁଳି ସହ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୭ ଡିଗ୍ରି ଟପିସାରିଲାଣି । ଏହା ସହିତ ଉପକୂଳିଆ ବିଭିନ୍ନ ଜିଲ୍ଲା ମାନଙ୍କରେ ଖରାର ତାତି ବୃଦ୍ଧି ସହ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦିନରେ ଖରା ଏବଂ ଅପରାହ୍ନ ସମୟରେ ବର୍ଷା ହେବାର ଆଶଙ୍କା ରହିଛି ଉପକୁଳବର୍ତ୍ତି ଅଞ୍ଚଳରେ । ସାରା ରାଜ୍ୟରେ ଆସନ୍ତା 3 ରୁ 4 ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ହେବ ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
0 Comments