ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଅର୍ଡା ପଞ୍ଚାୟତସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ପଟେଲଙ୍କୁ ବର୍ତ୍ତମାନ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମଶୀଳା ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଡମ୍ୱରପୂର୍ଣ୍ଣ ଏକ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା ଆଜି ଶନିବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ କିର୍ମିରା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡା ମୁଖ୍ୟ ଅତିଥି , ସମ୍ମାନୀୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ଚାନ୍ଦ , ମୁଖ୍ୟ କିରାଣୀ ସମୀର ପଟେଲ , ରମାକାନ୍ତ ବଗାର , ରମାକାନ୍ତ ବୁଡା , ପ୍ରଦ୍ୟୁମ୍ନ ଦାସ , ଜିଲ୍ଲା ଶାରିରୀକ ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ଡମ୍ବରଧର ପୂଝାରୀ , ଅବସରପ୍ରାପ୍ତ ତଥା ରାଜ୍ୟପାଳ ପୁରଷ୍କୃତ ପ୍ରଧାନ ଶିକ୍ଷକ କ୍ଷେତ୍ରପାଳ ନାଏକ ଓ ଶିକ୍ଷୟିତ୍ରୀ ମୀରା ନାଏକ ,ଏସଏମସି ଚେୟାରମେନ ମୋହିନି କଉଡି, ବରିଷ୍ଠ ସାମ୍ବାଦିକ ଡିଲେଶ୍ବର ବାଗ ମଞ୍ଚାସୀନ ଅତିଥି ଭାବରେ ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଜୀବନକାଳରେ ଘଟିଥିବା କେତେକ ପ୍ରଶଂସନୀୟ ମନ୍ତବ୍ୟ ସହ କାର୍ଯ୍ୟକାଳ କାରନାମାର ଗୁଣଗାନ କରିଥିଲେ । ବିଦାୟୀ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପଗୁଡିକୁ ସ୍ନେହଭରା , ହୃଦୟବିଦାରକ ଅଭୁଳାସ୍ମୃତିକୁ କେତେକ ଛାତ୍ରଛାତ୍ରୀ ଭାଷଣ ମାଧ୍ୟମରେ ବୟାନ କରିଥିଲେ । ସତେ ଯେପରି ଛାତ୍ରଛାତ୍ରୀଙ୍କ ପାଇଁ "ସ୍ମୁତି ଏକ ରୂପା ଜହ୍ନ" ହୋଇଯାଇଛି । ବିଦାୟୀଶିକ୍ଷୟିତ୍ରୀ କୋହଭରା ହୃଦୟର ସହ ଅସମର୍ଥ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ସହ ପ୍ରୀତି , ସହକର୍ମି ଓ ଗୁରୁଜନଙ୍କ ପ୍ରତି ଭକ୍ତିର ବାର୍ତ୍ତା ଅଶୃଳ ନୟନରେ ଅନେକ ଖୁସି ବୟାନ କରିଥିଲେ। ପରିଶେଷରେ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ଗିରିଧାରୀ ପଟେଲ , ବୈକୁଣ୍ଠ ନାଏକ , ପ୍ରଧାନଶିକ୍ଷୟିତ୍ରୀ ପଦ୍ମିନୀ କରାଳୀ ନିଜନିଜ ମନ୍ତବ୍ୟ ଦେବା ସହ ପ୍ରଧାନଶିକ୍ଷକ ରୋମାଞ୍ଚ ସୁନାନୀ , ଶିକ୍ଷକ ଆଦିତ୍ୟ ନାଥ , ଅଶ୍ୱିନୀ ପଟେଲ , ଯତିନ ପଟେଲ , ସୁରେଶ ନାଏକ ପ୍ରମୁଖ ସହ ଅର୍ଡା କ୍ଳଷ୍ଟର ର ସିଆରସିସି ଦୁବରାଜ ଦିହିରିଆ , ଶିକ୍ଷୟିତ୍ରୀ ମଞ୍ଜୁଲା ପଟେଲ , ବିଳାସିନି ଦଣ୍ଡପାଟ , ସୁରେଶ୍ୱରୀ ପଟେଲ , ଆରତୀ ପଟେଲ , ସୌଦାମିନି ଭଏଁସା , ବିଣାପାଣୀ ଜେନା , ଯୋଜନ ଗନ୍ଧା , ସରିତା ପଟେଲ , ଆରତୀ ପଟେଲ , ରଞ୍ଜୁ ନାଗ , ଆରୁଲିଆ ତିର୍କି, ଶୈଳବାଳା ସାହୁ , ମାନସୀ ପଟେଲ , ଦଶମୀ ଗର୍ଡିଆ ଉପସ୍ଥିତ ରହି ବିଦାୟିଶିକ୍ଷୟିତ୍ରୀଙ୍କୁ ଫୁଳତୋଡା , ଉପଢୋକନ , ମୋମେଣ୍ଟୋ ସହ କେତେକ ଉପହାର ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ସାରସପାଳି ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଜଗତ ପରିଚାଳନା କରିଥିବା ବେଳେ ଗାଁ ସ୍କୁଳ କମିଟି ସହଯୋଗ କରିଥିଲେ ।
0 Comments