ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଲାଗି ରହି ଥିବା ବେଳେ ଇତି ମଧ୍ୟରେ ଓଡ଼ିଶା ପୋଲିସ ଡିଜିଙ୍କୁ ଗୃହ ମନ୍ତ୍ରାଳୟରୁ ନିର୍ଦ୍ଦେଶ ଆସିଛି । କୌଣସି ଆଇପିଏସ୍ ଅଧିକାରୀଙ୍କୁ ଛୁଟି ନ ଦେବା ପାଇଁ ଓଡ଼ିଶା ପୋଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ମିଳିଛି । ଯେଉଁ ଅଧିକାରୀ ମାନେ ଛୁଟିରେ ଅଛନ୍ତି ଶୀଘ୍ର କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ହୋଇଛି । ଆଉ ଯେଉଁ ମାନେ ଛୁଟି ପାଇଁ ଆବେଦନ କରିଛନ୍ତି ତାଙ୍କର ଆବେଦନକୁ ଖାରିଜ୍ କରିବା ପାଇଁ ମଧ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆଗରୁ IAS ଅଧିକାରୀ ମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ହେଇଥିବା ବେଳେ ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି ଦେଖି ଆଇପିଏସ୍ ଅଧିକାରୀ ମାନଙ୍କୁ ମୁଖ୍ୟାଳୟରେ ରହିବା ପାଇଁ ନିର୍ଦ୍ଦେଶ ହୋଇଛି । ତେବେ ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ମଧ୍ୟ ପଦପକ୍ଷେ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । କେହିବି ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ । ଛୁଟିରେ ଥିଲେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖୁଛନ୍ତି ଅତିରିକ୍ତ ସଚିବ । ସୀମାରେ ଯୁଦ୍ଧ ଚାଲିଥିବା ବେଳେ କେଉଁ ସମୟରେ କିଛି ବି ହୋଇପାରେ, ଏହାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
0 Comments