ଝାରସୁଗୁଡ଼ା ବ୍ଲକ ରେ ୪୦ କୋଟି ରୁ ଉର୍ଦ୍ଧ ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟକ


 ଆଜି ଝାରସୁଗୁଡ଼ା ବ୍ଲକ ରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ।ଆଜି ପାଖାପାଖି 4୦ କୋଟି ରୁ ଉର୍ଦ୍ଧ ଟଙ୍କା ର ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ।ଆଜି ଝାରସୁଗୁଡ଼ା ର ଶାହାପଡ଼ା ରୁ ମାଳଦା ପର୍ଯ୍ୟନ୍ତ ରାସ୍ତା ର ଉନ୍ନତି ପାଇଁ10 କୋଟି ଟଙ୍କା ର ପ୍ରକଳ୍ପ ର ଶିଳାନ୍ୟାସ କରିଥିବା ବେଳେ ହିର୍ମା ପଂଚାୟତ ରୁ ବଡ଼ମାଳ ପର୍ଯ୍ୟନ୍ତ ରାସ୍ତା ର ଉନ୍ନତି ପାଇଁ ପାଖାପାଖି ୩୦ କୋଟି ଟଙ୍କା ର ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ସେହିପରି ଆଜି ଝାରସୁଗୁଡ଼ା ବ୍ଲକ ରେ ୧୦ ରୁ ଉର୍ଦ୍ଧ ଅନ୍ୟ  ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି।ସେହି ପ୍ରକଳ୍ପ ଗୁଡ଼ିକ ହେଲା ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଦୂର୍ଲଗା ସମଲେଇ ମନ୍ଦିର ର ଉନ୍ନତି କରଣ,ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଦଳକି ଗ୍ରାମ ମନ୍ଦିର ଉନ୍ନତି କରଣ,ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଦଲକି ଓରାମ ପଡା ର କର୍ମା ମନ୍ଦିର ର ଉନ୍ନତି କରଣ,ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ କାତିକେଲା ମୁଡାଢିପା ସ୍ଥିତ ଗାୟତ୍ରୀ ମନ୍ଦିର ର ଉନ୍ନତି କରଣ,ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ବଡ଼ମାଳ ସ୍ଥିତ ଶିବ ମନ୍ଦିର ର ଉନ୍ନତି କରଣ,ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଖେରୁଆଲ ସ୍ଥିତ ସମଲେଇ ମନ୍ଦିର ର ଉନ୍ନତି କରଣ,ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ହୀର୍ମା ହରେ କୃଷ୍ଣ ପୁର ସ୍ଥିତ ସମଲେଇ ମନ୍ଦିର ର ଉନ୍ନତି କରଣ,ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ କୁକୁର ଜଂଘା ସ୍ଥିତ ଜଗନ୍ନାଥ ମନ୍ଦିର ର ଉନ୍ନତିକରଣ, ସହିତ ବଡ଼ମାଳ ଗୌତିଆ ପଡା ରେ କୀର୍ତ୍ତନ ମଣ୍ଡପ ର ଶିଳାନ୍ୟାସ କରିଥିଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ତିନି ଦିନ ଭିତରେ ଝାରସୁଗୁଡ଼ା ର ଚାରୋଟି ବ୍ଲକ ରେ ପାଖାପାଖି ୧୨୦ ରୁ  ଉର୍ଦ୍ଧ କୋଟି ଟଙ୍କା ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଛି।ନିର୍ବାଚନ ପୂର୍ବରୁ ଅନେକ ସ୍ଥାନରେ ଫଳକ ଲାଗଯାଇଛି କିନ୍ତୁ କାମ ହୋଇନାହିଁ।ତେବେ ଓଡ଼ିଶା ରେ ଡବଲ ଇଞ୍ଜିନ ର ସରକାର ଥିବା ବେଳେ ଯେଉଁ ସବୁ କାର୍ଯ୍ୟ ର ଶିଳାନ୍ୟାସ କରାଯାଇଛି ସେହି ସବୁ କାର୍ଯ୍ୟ  ସମୟ ସୀମା ଭିତରେ ପୁରଣ ହେବ ଓ ଲୋକଙ୍କ ଯେଉଁ ସବୁ ଆଶା ରହି ଯାଇଛି ସେହି ଆଶା ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ତାହା ସହିତ ଲୋକଙ୍କ ଗାଧୋଇବା ପାଣି ର ସମସ୍ୟା କି ପିଇବା ପାଣି ର ସମସ୍ୟା ତାହା ଆସନ୍ତା ଦୁଇ ମାସ ଭିତରେ ପୁରଣ ହେବ ବୋଉ କହିଛନ୍ତି ।ଆଜିର ଏହି ଶିଳାନ୍ୟାସ ପର୍ବ ରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ ନାୟକ,ବ୍ଲକ ଉନ୍ନୟନ ଅଧିକାରୀ ଅନିଲ ଆଚାର୍ଯ୍ୟ, ହେମ ରଞ୍ଜନ ସିଂ, ଡମ୍ବରୁଧର କଣ୍ଟା, ପ୍ରମୋଦ ତ୍ରିପାଠୀ,ରଞ୍ଜନ ଦାସ,ଗାୟତ୍ରୀ ସିଂ,ରଜନୀ ତିୱାରୀ, ଶଙ୍କର ଦେଓ, ଜୟପ୍ରକାଶ ପାତ୍ର,ବିପିନ ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done