ସାଗରପାଲି ଗ୍ରାମରେ ୬୭ ତମ ଅଖଣ୍ଡ ୨୪ ପ୍ରହରୀ ନାମଯଜ୍ଞ ପାଇଁ ଆଜି କଳସ ଯାତ୍ରା ଏବଂ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି


 ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସାଗରପାଲି ଗ୍ରାମରେ ୬୭ ତମ ଅଖଣ୍ଡ ୨୪ ପ୍ରହରୀ ନାମଯଜ୍ଞ ପାଇଁ ଆଜି ଶନିବାର ସନ୍ଧ୍ୟା ୭ ଟାରେ କଳସ ଯାତ୍ରା ଏବଂ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ଯଜ୍ଞ କର୍ତା, ଷଡ଼ବୈଷ୍ଣବ, ପୂଜକଙ୍କ ସହ ସାଗରପାଲି ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଯୋଗଦେଇ ଯଜ୍ଞ ମଣ୍ଡପରୁ ଶିବ ମନ୍ଦିର ନିକଟ ପୋଖରୀ ଯାଏଁ ଶୋଭାଯାତ୍ରା କରିଥିଲେ l ଶିବ ମନ୍ଦିର ନିକଟ ପୋଖରୀରୁ କଳସ ରେ ଜଳ ଭର୍ତି କରି ଆଣିବାସହ ଯଜ୍ଞ ମଣ୍ଡପରେ ସ୍ଥାପନ କରିଛନ୍ତି l ଆସନ୍ତାକାଲି ସକାଳେ ନାମ ଆରମ୍ଭ ସହ ୨୪ ପ୍ରହର ଯାଏଁ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ଜପ କରାଯିବ l ଏହାସହ ଆସନ୍ତା ବୁଧବାର ସକାଳେ ନାମ ସମାପନ, ମଧ୍ୟାନ୍ନ ରେ ନଗରଭ୍ରମଣ, ସନ୍ଧ୍ୟାରେ ଦଧିଭଞ୍ଜନ ସହ ପ୍ରସାଦ ସେବନ ପରେ ନାମଯଜ୍ଞ ସମାପନ ହେବ l ସାଗରପାଲି ଗ୍ରାମର ଏହି ୨୪ ପ୍ରହରୀ ନାମଯଜ୍ଞ ରେ କର୍ତା ଭାବରେ ସପତ୍ନୀକ କମଲୋଚନ ପ୍ରଧାନ, ସଙ୍ଘମିତ୍ରା ପ୍ରଧାନ ଦାୟିତ୍ୱ ତୁଲାଉଥିବାବେଳେ ଭବାନି ପାତ୍ର, ଜନ୍ମଜୟକଲୋ, ବୃନ୍ଦାବନ ମେହେର, ସମାରୁ ମୁଣ୍ଡା, କୁଲମଣି ଭୋଇ, ରୋହିତ ପାତ୍ର ଷଡ଼ ବୈଷ୍ଣବ ଦାୟିତ୍ୱ ତୁଲାଇଛନ୍ତି l ପୂଜକ ଭାବରେ ଶିବ ନାରାୟଣ ନାୟକ ଦାୟିତ୍ୱ ତୁଲାଉଛନ୍ତି l ଏହି ନାମଯଜ୍ଞରେ ସମସ୍ତ ସାଗରପାଲି ଗ୍ରାମବାସୀ ସହଯୋଗ କରୁଥିବାବେଳେ ଆଖପାଖ ଅଂଚଳର ୩୦ ରୁ ଉର୍ଦ୍ଧ କୀର୍ତ୍ତନ୍ୟ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତନ କରିବେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done