ଘଟଣା ସ୍ଥଳକୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ଝାରସୁଗୁଡ଼ା ସହର ସରବାହାଲ୍ ସ୍ଥିତ ୟୁନିଅନ୍ ବ୍ୟାଙ୍କ୍ ରେ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବା ଘଟଣା ଖବର୍ ପାଇବା ପରେ ଅଗ୍ନିଶମ୍ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ହେଲେ ନିଆଁ ଆୟତ୍ତ ହେବା ପର୍ଯ୍ୟନ୍ତ ବାହାରେ ଥିବା କିଛି କାଗଜ ପତ୍ର ନିଆଁ ରେ ପୋଡ଼ି ନଷ୍ଟ ହୋଇସାରିଥିଲା । ତେବେ ନାଇଁ ଲାଗିବାର ପ୍ରକୃତ କାରଣ ଜଣା ନ ଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଖଟିଥିବା ନେଇ ସନ୍ଦେହ କରାଯାଉଛି । ବ୍ୟାଙ୍କ୍ ର କର୍ମଚାରୀ ଙ୍କ କହିବା ଅନୁସାରେ ଆଜି ସକାଳୁ ହିଁ ସର୍ଟ ସର୍କିଟ୍ ହୋଇ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ କୌଣସି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ଜଳି ନ ଥିବା ସୂଚନା ଦେଇଛନ୍ତି । ବ୍ୟାଙ୍କ୍ ରେ ଥିବା ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଏବଂ ନଗଦ ଟଙ୍କା ସବୁ ସୁରକ୍ଷିତ ଥିବା ନେଇ ବ୍ୟାଙ୍କର କର୍ମଚାରୀ ସୂଚନା ଦେଇଛନ୍ତି ।
0 Comments