ଓଡ଼ିଆ ଅସ୍ମିତା କୁ ଧ୍ୟାନରେ ରଖି ଏବେ ଏପ୍ରିଲ ୧ ରୁ ୧୪ ପର୍ଯ୍ୟନ୍ତ ଚାଲିଛି ଓଡ଼ିଆ ପକ୍ଷ। ଏ ନେଇ ସୂଚନା ଦେଲେ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ତେବେ ଝାରସୁଗୁଡ଼ା ସହରରେ ଏହାକୁ ନେଇ ଓଡ଼ିଆ ଭାଷା ପ୍ରତି ଲୋକଙ୍କୁ ଆଗ୍ରହୀ କରିବା ପାଇଁ ଡିଭିଶିନାଲ ଡେଭଲପମେଣ୍ଟ ସେକ୍ରେଟାରୀ ଙ୍କ ନେତୃତ୍ୱ ରେ ଏକ ରେଲି ବାହାର କରାଯାଇଛି।ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ବାହାର କରାଯାଇଥିବା ଏହି ରେଲି ରେ ଓଡ଼ିଆ ଅସ୍ମିତା ପାଇଁ ଲୋକଙ୍କୁ ଜାଗୃତ ହେବାକୁ ଆହ୍ବାନ ଦିଆଯାଇଥିଲା। ସମସ୍ତ ଦୋକାନ ଏବଂ ସରକାରୀ କାର୍ଯ୍ୟନୁଷ୍ଠାନ ମାନଙ୍କର ସୂଚନା ଫଳକ କୁ ଓଡ଼ିଆ ରେ ଲେଖା ଯିବା ନେଇ ଏହି ଅଭିଯାନ ବାହାର କରାଯାଇଥିଲା। ଏବଂ ଯେଉଁମାନେ ଏହି ନିୟମ କୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଭିଶିନାଲ ଡେଭଲପମେଣ୍ଟ ସେକ୍ରେଟାରୀ ଏହି ରେଲି ମାଧ୍ୟମରେ କହିଛନ୍ତି।
0 Comments