ଲୋଇସିଂହ ଗ୍ରାମପଞ୍ଚାୟତ ପରିଦର୍ଶନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ବତନ୍ତ୍ର ସଚିବ


 ଝାରସୁଗୁଡ଼ା ବ୍ଳକ ଅନ୍ତର୍ଗତ ଲୋଇସିଂହ ଗ୍ରାମପଞ୍ଚାୟତ କୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର ଙ୍କ ସ୍ବତନ୍ତ୍ର ସଚିବ ଶ୍ରୀମତୀ ସୈାଦାମିନୀ ସେଠୀ ପରିଦର୍ଶନ ରେ ଆସି ଗ୍ରାମପଞ୍ଚାୟତ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଥିଲେ । ସର୍ବ ପ୍ରଥମେ ଲୋଇସିଂହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଶ୍ରୀମାନ ସନାତନ ରୋହିଦାସ ସ୍ବାଗତ ଏବଂ ସମ୍ବର୍ଦ୍ଧନା ଜଣାଇଥିଲେ। ତାପରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସରପଞ୍ଚ ଙ୍କ ସମେତ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଗ୍ରାମୀଣ ଗୃହ) ଝାରସୁଗୁଡ଼ା ଶ୍ରୀମାନ ଅମିତ କର , ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା , ଝାରସୁଗୁଡ଼ା ର ସମନ୍ୱୟ ଅଧିକାରୀ ଶ୍ରୀମତୀ ରୂପଶିତା ମିଶ୍ର, ଏବଂ ଝାରସୁଗୁଡ଼ା ବ୍ଳକ ରୁ ସହକାରୀ ଯନ୍ତ୍ରୀ - ଗ୍ରାମ୍ୟ ପାନୀୟଜଳ ବିଭାଗ, କନିଷ୍ଠ ଯନ୍ତ୍ରୀ, ଏ.ପି.ଓ , ବି .ପି .ସି  , ସହ ଲୋଇସିଂହ ଗ୍ରାମପଞ୍ଚାୟତ ରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏ .ଡି. ଇ.ଓ ,  ଏମ୍. ବି .କେ , ସି. ଆର୍ .ପି , ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ର ସଦସ୍ଯା ମାନେ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ଶେଷ ହେଲା ପରେ ଗ୍ରାମ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମ କୁ ଯାଇ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ର ସାମୁହିକ ଏବଂ ବ୍ୟକ୍ତିଗତ ପ୍ରକଳ୍ପ, କେନ୍ଦ୍ରୀୟ ଏବଂ ରାଜ୍ୟ ଅର୍ଥ କମିଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ, ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ, ଅନ୍ତୋଦୟ ଗୃହ ଯୋଜନା, ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ର କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା କରିଥିଲେ। ଏହି ଅବସରରେ ସରପଞ୍ଚ ସନାତନ ରୋହିଦାସ ଚାଷୀଙ୍କ ଜଳ ସେଚନ ସମସ୍ୟା ସମାଧାନ ପାଇଁ ଇବ ନଦୀରେ ଏକ ବୃହତ ବା ମେଗା ଜଳ  ସେଚନ ପ୍ରକଳ୍ପ ସ୍ଥାପନ ସହ ବାର ଖଣ୍ଡିଆ କଦଳୀମୁଣ୍ଡା ରାସ୍ତା ସମେତ ଗ୍ରାମ ପଞ୍ଚାୟତ ର ଅନ୍ୟାନ୍ୟ ସମସ୍ତ ଆବଶ୍ୟକୀୟ  କଚ୍ଚା ରାସ୍ତା ଗୁଡିକୁ ପକ୍କା ବା ପିଚୁ ରାସ୍ତା କରିବା ପାଇଁ ସ୍ବତନ୍ତ୍ର ସଚିବ ଙ୍କୁ ଅନୁରୋଧ କରିଥିଲେ । ଲୋକଙ୍କ ଚାହିଦା ତଥା ଆବଶ୍ୟକତା ମୁତାବକ ଏବଂ ପ୍ରକଳ୍ପ ର ଉପକାରିତା କୁ ଗୁରୁତ୍ୱାରୋପ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ  ସ୍ବତନ୍ତ୍ର ସଚିବ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ବ୍ୟକ୍ତିଗତ ସମସ୍ୟା ଗୁଡିକ ର ସୁ ସମାଧାନ ପାଇଁ ସରପଞ୍ଚ ଙ୍କୁ ପରାମର୍ଶ ଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done