ଆଜିଠୁ ଆହୁରି ବଢିବ ତାତି। ୪୪ ଡିଗ୍ରୀ ପାର କଲା ଝାରସୁଗୁଡ଼ା।


 ଆଜିଠୁ ଆହୁରି ବଢିବ ତାତି, ତିନି ଦିନ ଭିତରେ ଚାରି ରୁ ପାଞ୍ଚ ଡିଗ୍ରୀ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗତ କାଲି 11 ଟି ସ୍ଥାନରେ ପାରଦ 42 ଡ଼ିଗ୍ରୀ ଅତିକ୍ରମ କରିଛି । ରାଜ୍ୟରେ ପ୍ରଥମ ଥର ପାଇଁ 45 ଡିଗ୍ରୀ ଅତିକ୍ରମ କରିଛି ପାରଦ ଝାରସୁଗୁଡ଼ା ରେ ସର୍ବାଧିକ 45.4 ଡିଗ୍ରୀ ତାପମାତ୍ରା ସହିତ ଦେଶର ଦ୍ଵିତୀୟ ଉତ୍ତପ୍ତ ସହର ପାଲଟିଛି। ସେହିପରି ସମ୍ବଲପୁର ରେ 43 ଡିଗ୍ରୀ ହୀରାକୁଦ ରେ 42.4 ଡିଗ୍ରୀ ରାଉରକେଲା ରେ 42 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏପଟେ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା କମ୍ ଥିଲେ ଭି ଗୁଳୁଗୁଳି କିନ୍ତୁ ଲୋକଙ୍କୁ ଘାଣ୍ଟୁଛି। ଆଗାମୀ ପାଂଚ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆଜି ବଲାଙ୍ଗୀର , ସମ୍ବଲପୁର ,ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ରେ ସବୁଠୁ ଅଧିକ ଗରମ ଅନୁଭୂତ ହେବ । ପଶ୍ଚିମ ଓଡ଼ିଶାରେ ତାପମାତ୍ରା 46 ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏ ନେଇ ରାଜ୍ୟରେ ଅଂଶୁଘାତ ବଢି ଚାଲିଛି ଏବଂ ଏପର୍ଯ୍ୟନ୍ତ 50 ରୁ ଉର୍ଦ୍ଧ୍ୱ ଅଂଶୁଘାତ ର ଘଟଣା ସାମ୍ନାକୁ ଆସିଲାଣି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done