ପୂର୍ବାଞ୍ଚଳ ସାଂସ୍କୃତିକ ବିକାଶ ସଂଘ ଦ୍ୱାରା ରାମନବମୀ ଉପଲକ୍ଷେ ଚଇତି ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଆଇବି ଭ୍ୟାଲି କ୍ଷେତ୍ରର ମହାପ୍ରବନ୍ଧକ ଅବଧ କିଶୋର ପାଣ୍ଡେ।
ଶ୍ରୀ ରାମନବମୀ ଉପଲକ୍ଷେ ପୂର୍ବାଞ୍ଚଳ ସାଂସ୍କୃତିକ ବିକାଶ ସଂଘ,ଝାରସୁଗୁଡ଼ା ପକ୍ଷରୁ ଚଇତି ନୃତ୍ୟ ର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇବି ଭ୍ୟାଲି କ୍ଷେତ୍ରର ମହାପ୍ରବନ୍ଧକ ଅବଧ କିଶୋର ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏପରି କାର୍ଯ୍ୟକ୍ରମ କେବଳ ଲୋକଙ୍କୁ ପ୍ରାଚୀନ ସଂସ୍କୃତି ସହିତ ପରିଚିତ କରାଇବ ନାହିଁ, ବରଂ ସମାଜରେ ଏକତା ମଧ୍ୟ ବୃଦ୍ଧି କରିବ ବୋଲି ମୁଖ୍ୟ ଅତିଥି କିଶୋର ପାଣ୍ଡେ ନିଜର ଅଭିଭାଷଣ ରେ କହିଛନ୍ତି। ପୂର୍ବାଞ୍ଚଳ ସାଂସ୍କୃତିକ ବିକାଶ ସଂଘ ଲୁଚି ଯାଉଥିବା ସଂସ୍କୃତି ଓ ପରମ୍ପରା କୁ ଜୀବିତ ରଖିବା ସହିତ ଜିଲ୍ଲାରେ ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ ରେ ସହାୟତା ଯୋଗାଇ ଆସୁଛି ଏବଂ ଅନାଥ ଝିଅ ମାନଂକ ବିବାହରେ ସାହାଯ୍ୟ କରିଆସୁଛି ବୋଲି ସଂଘ ର ସାଧାରଣ ସମ୍ପାଦକ ବିମାଲେସ ସିଂ କହିଛନ୍ତି।
0 Comments