ଜାତୀୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା ଓ ବାଲିଯାତ୍ରା । ଭାରତ ସରକାର ଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଭାରତ ର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି, ଯେଉଁଥିରେ କଟକ ର ଐତିହାସିକ ବାଲିଯାତ୍ରା 45 ତମ ଏବଂ ବିଶ୍ୱପ୍ରସିଦ୍ଧ ରଥଯାତ୍ରା 54 ତମ ସ୍ଥାନ ରେ ରହିଛି | ପୂର୍ବରୁ ସଂକୃତି ମନ୍ତ୍ରାଳୟ କୁ SGT ଏ ନେଇ ପ୍ରସ୍ତାବ ପଠାଇଥିଲା ତେବେ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରବୀନ୍ଦ୍ର ପାଢ଼ୀ ସୋସିଆଲ ମିଡ଼ିଆ ରେ ସୂଚନା ଦେଇଛନ୍ତି | ହେଲେ ଏ ନେଇ ବିଶେଷଜ୍ଞ ମାନଙ୍କର କିଛି ଭିନ୍ନ ମତ ଆସୁଛି | ଆମ ପୁରୀ ମହାପ୍ରଭୁ ଜଗନ୍ନାଥ ଙ୍କୁ କଣ ବିଶ୍ୱ ମାନ୍ୟତା ର ଆବଶ୍ୟକତା ରହିଛି ? ଏଭଳି ପ୍ରଶ୍ନ କରିଛନ୍ତି ଵିଶିଷ୍ଟ ଐତିହାସିକ ଅନିଲ ଧୀର। ଏବଂ ସବୁଠାରୁ ବଡ କଥା ହେଉଛି ଜାତୀୟ ଐତିହ୍ୟ ତାଲିକାରେ ତାଲିକାଭୁକ୍ତ ହେଲେ UNESCO ୱାର୍ଲଡ ହେରିଟେଜ ରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କରାଯାଏ , ମାତ୍ର ରଥଯାତ୍ରା କେତେ ପୁରୁଣା ସେ ନେଇ ଆମ ପାଖରେ କୌଣସି ଡକ୍ୟୁମେଣ୍ଟ ନାହିଁ | ଏତେ ସହଜ ଭାବରେ ରେ UNESCO ୱାର୍ଲଡ ହେରିଟେଜ ରେ ରଥଯାତ୍ରା ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ ଏ ନେଇ ଯେଉଁ ସବୁ ପ୍ରମାଣପତ୍ର ଦରକାର ତାହା ଆମ ପାଖରେ ନାହିଁ | ଆଉ ବାକି ରହିଲା ବାଲିଯାତ୍ରା କଥା , ଏଥିରେ କୌଣସି ସାଂସ୍କୃତିକ ଐତିହ୍ୟ ନାହିଁ , ବାଲିଯାତ୍ରା ଯେଉଁ ଜମି ଉପରେ ହେଉଛି ତାହା ମଧ୍ୟ ବେଆଇନ | ଯଦି ୟୁନେସ୍କୋ ଏ ନେଇ କୌଣସି ଦସ୍ତାବେଜ କିମ୍ବା ପ୍ରମାଣପତ୍ର ମାଗେ ତେବେ ସାଂସ୍କୃତିକ ଐତିହ୍ୟ ନାମରେ ଆମ ପାଖରେ କିଛି କାଗଜପତ୍ର ନାହିଁ | ବାଲିଯାତ୍ରା ରେ କେବଳ କିଛି ଟା ଷ୍ଟଲ ଅପେକ୍ଷା ଆଉ କୌଣସି ସାଂସ୍କୃତିକ ଐତିହ୍ୟ ର ପ୍ରଦର୍ଶନ କରିଲା ଭଳି କାର୍ଯ୍ୟକ୍ରମ ହେଉନାହିଁ | ତେଣୁ UNESCO ୱାର୍ଲଡ ହେରିଟେଜ ରେ ତାଲିକାଭୁକ୍ତ ହେବା ଏତେ ସହଜ ନୁହେ ବୋଲି ଵିଶିଷ୍ଟ ଐତିହାସିକ ଅନିଲ ଧୀର କହିଛନ୍ତି |
0 Comments