ପଞ୍ଚାପଡା ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଉତ୍କଳ ଦିବସ ପାଳିତ ହେବା ସହ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ମହା ଆଡମ୍ବର ସହକାରେ ଜ୍ଞାନଦୀକ୍ଷା ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ,ଓଡ଼ିଶା ଙ୍କ ମାର୍ଗ ଦର୍ଶନରେ ସାରା ଓଡ଼ିଶାରେ ଶିଶୁ ବିକାଶ ବିଦ୍ୟା ମନ୍ଦିର ଗୁଡିକ ଶିକ୍ଷା ସହିତ ସଂସ୍କୃତି ଓ ସଂସ୍କାର କୁ ଯୋଡିବା ମୂଳ ଲକ୍ଷ୍ୟ ଅଟେ।ପବିତ୍ର ଉତ୍କଳ ଦିବସ ରେ ପଞ୍ଚାପଡା ସିଆରସିସି ସୁରଜ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ବିକାଶ ବିଦ୍ୟା ମନ୍ଦିର ର ଶିଶୁଙ୍କ ସଂସ୍କାର ସାରା ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବରେ ସରୋଜ ଠାକୁର , ରୂପାନନ୍ଦ୍ ଚୌଧୁରୀ,ଚିତ୍ରସେନ କଣ୍ଟା ଆଦି ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମନ୍ଦାକିନୀ ମାକର ମଞ୍ଚlସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଝରଣା ସାହୁ, ମୈଥିଲି ସାହୁ, ବୀଣାପାଣି ପ୍ରଧାନ ଆଦିଙ୍କ ସହଯୋଗରେ ବନ୍ଦେ ଉତ୍କଳ ଜନନୀ ସାମୂହିକ ସଂଗୀତ ପରିବେଶଣ କରାଯାଇଥିଲା । ସେହିପରି ଆଜିର ପବିତ୍ର ଦିନରେ ବିଦ୍ୟାଳୟରେ ଶିଶୁଙ୍କ ନୂତନ ଶିକ୍ଷାବର୍ଷ ପାଇଁ ଅତିଥି ପଣ୍ଡିତ ଗିରିଧାରୀ ଝା ଙ୍କ ନେତୃତ୍ଵରେ ଜ୍ଞାନଦୀକ୍ଷା ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜକ ଫକୀର ଚରଣ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଶିଶୁ ଭାଇ ସାଇ କ୍ରିଷ୍ଣା ମାଝୀ କର୍ତ୍ତା ରୂପରେ ଯଜ୍ଞ କାର୍ଯ୍ୟ ତୁଲାଇଥିଲେ।ଉକ୍ତ ଯଜ୍ଞରେ ଶତାଧିକ ଶିଶୁ ସମେତ ଅନେକ ଅଭିଭାବକ / ଅଭିଭାବିକା ମେଳରେ ପରିଚାଳନା କମିଟିର ଅଶୋକ ଦାଶ, ଉଦିତ ପଣ୍ଡା, କୋଷାଧକ୍ଷା ପ୍ରିୟଙ୍କା ସାହୁ, ପ୍ରେମାନନ୍ଦ ପଟେଲ, ଚନ୍ଦ୍ରିକା କିସାନ ଆଦି ଉପସ୍ଥିତରହି ଶିଶୁଙ୍କ ଶୈକ୍ଷିକମାନର ଉନ୍ନତି ପାଇଁ ଅଗ୍ନିଦେବଙ୍କ ନିକଟରେ ଘିଅ ଢାଳିଥିଲେ ।ପ୍ରଧାନ ଆଚାର୍ଯ୍ୟା ମମତା ସିଂହ, ତାରିଣୀପ୍ରିୟା ମହାନ୍ତି, ରଞ୍ଜିତା ନାଏକ ଙ୍କ ପ୍ରଚେଷ୍ଟାରେ ଯଜ୍ଞର ଆୟୋଜନ କରାଯାଇଥିଲା । ସାମ୍ବାଦିକ ରବିକୁମାର ଯାଦବ , ଘନଶ୍ୟାମ ପଡିହାରୀ ଆଦି ଯଜ୍ଞର ପୂର୍ଣ୍ଣାହୁତି ସମୟରେ ଉପସ୍ଥିତ ରହି ଶିଶୁମାନଙ୍କୁ ଆଶୀର୍ବାଦ ଦେଇଥିଲେ । ପରିଶେଷରେ ସମ୍ପାଦକ ଦିଗାମ୍ବର ମାଝୀ ଶିଶୁମାନଙ୍କ ଉନ୍ନତି ମୂଳକ ଶିକ୍ଷାର ବିକାଶ ସହିତ ଉତ୍ତମ ସଂସ୍କାର ଲାଭ କରନ୍ତୁ, ଏହି କାମନା କରିବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
0 Comments