ସେମେଲିଆ ଗ୍ରାମରୁ ବନ ବିଭାଗ ବାରହା ମାଂସ ଜବତ୍ କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ୍ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ୍ ସେମେଲିଆ ଗ୍ରାମର ଜଣେ ଅଭିଯୁକ୍ତ ସେମେଲିଆ ଶିବ ମନ୍ଦିର ନିକଟ ନଦୀ ପାଖରେ ବାରହା ଶିକାର କରି ନିଜ ଦୁଇ ଜଣ ସହଯୋଗୀଙ୍କ ସହିତ ମାଂସ ବିକ୍ରି କରୁଥିବା ନେଇ ବନ ବିଭାଗ ପାଖକୁ ଖବର ପହଞ୍ଚି ଥିଲା । ଖବର ପାଇବା ମାତ୍ରେ ବନ ବିଭାଗର କର୍ମଚାରୀ ମାନେ ଉକ୍ତ ଶିବ ମନ୍ଦିର ନିକଟରେ ଅତର୍କିତ ଭାବରେ ଚଢ଼ାଉ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ଜଣକ ସେମେଲିଆ ଗ୍ରାମର ଗଜାନନ ଗଣ୍ଡଙ୍କ ପୁଅ ସୁରଥ ଗଣ୍ଡ ବୋଲି ସୂଚନା ମିଳିଛି । ସୁରଥ ନିଜ ଦୁଇ ଜଣ ସହଯୋଗୀଙ୍କ ସହିତ ବାରହା ଶିକାର କରି ବିକ୍ରି କରୁଥିଲେ । ପୋଲିସ୍ ଚଢ଼ାଉ କରି ସୁରଥ କୁ ଗିରଫ କରି ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
0 Comments