ହୋଲିର ହାର୍ଦ୍ଦିକ ଶୁଭେଚ୍ଛା


 ପ୍ରତି ବସନ୍ତରେ, ଭାରତ ଏବଂ ବିଶ୍ୱର ଲୋକମାନେ ହିନ୍ଦୁ ପର୍ବ ହୋଲି ପାଳନ କରିଥାନ୍ତି, ଆନନ୍ଦରେ ପରସ୍ପର ଉପରେ ହୋଲି ର ରଙ୍ଗୀନ ପାଣି ଏବଂ ଫଗୁ ବୋଳି ହୋଇ ରଙ୍ଗ ର ପର୍ବ ହୋଲି ଆନନ୍ଦରେ ପାଳନ କରନ୍ତି। ହିନ୍ଦୁ ମାସ ଫାଲଗୁଣର ପୂର୍ଣ୍ଣିମା ତିଥି ରେ ପାଳିତ ଏହି ରଙ୍ଗୋତ୍ସବ ସମସ୍ତଙ୍କ ମନରେ ରଙ୍ଗ ଭରି ଦିଏ।ହୋଲି ଯାହାକି ରଙ୍ଗର ପର୍ବ ତାକୁ ବ୍ୟାଖ୍ୟା କରାଗଲେ ବୋଧେ  ହୁଏତ  ବର୍ଷର ସବୁଠାରୁ ରଙ୍ଗୀନ ଦିନ ବୋଲି ଜଣା ପଡ଼େ। ରାସ୍ତା ଘାଟ ,ଘର ଦ୍ବାର ସବୁ ଆଡେ ଫଗୁ ରଙ୍ଗ ପଡ଼ି ରଙ୍ଗୀନ ହୋଇଯାଇଥାଏ। ଛୋଟ ଛୁଆ ମାନଙ୍କ ଠୁ ନେଇ ବଡ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଚେହେରା ରଙ୍ଗରେ ରଙ୍ଗାୟିତ ହୋଇଯାଇଥାଏ। ଛୋଟ ମାନେ ବଡ଼ ମାନଙ୍କୁ ତିଳକ କରି ତାଙ୍କ ଆଶୀର୍ବାଦ ନିଅନ୍ତି, ବେଶ୍ ନିଆରା ଏ ଦୃଶ୍ୟ ଦେଖିବାକୁ। ଏହି ଉତ୍ସବ ର ପୌରାଣିକ ଆଖ୍ୟାନ କରିବାକୁ ଗଲେ ଏହି ପର୍ବ ପ୍ରାଚୀନ ଭାରତର ରାକ୍ଷସ ରାଜା ହିରଣ୍ୟକଶିପୁଙ୍କ କିମ୍ବଦନ୍ତୀ ସହିତ ଜଡିତ। ହିରଣ୍ୟକଶିପୁ ନିଜ ପୁଅ ପ୍ରହଲ୍ଲାଦଙ୍କୁ ପ୍ରଭୁ ବିଷ୍ଣୁ ଙ୍କ ଉପାସକ ଥିବାରୁ ତାଙ୍କୁ ହତ୍ୟା କରିବାକୁ ସହସ୍ର ଉଦ୍ୟମ କରିଥିଲେ। ଏବଂ ଶେଷରେ ସେ ନିଜ ଭଉଣୀ ହୋଲିକାଙ୍କ ସହ ନିଜ ପୁଅ କୁ ଏକା ସାଙ୍ଗେ ପୋଡ଼ିବାପାଇଁ ଷଡ଼ଯନ୍ତ୍ର କରିଥିଲେ। ମାତ୍ର ହୋଲିକା ସେ ଅଗ୍ନି ରେ ଜଳି ଗଲେ ଏବଂ ପ୍ରହ୍ଲାଦ ଜ୍ୱଳନ୍ତ ଅଗ୍ନି ରୁ ବିନା କୌଣସି କ୍ଷତି ରେ ବିଷ୍ଣୁ ନାମ ଜପି ଜପି ବାହାରି ଆସିଲେ। ସେହି ଦିନ ପ୍ରଭୁ ବିଷ୍ଣୁ ନରସିଂହ ଅବତାର ଧାରଣ କରି ରାକ୍ଷସ ହିରଣ୍ୟକଶିପୁ ର ବଧ କରିଥିଲେ। ଯାହାକୁ ଆମେ ଆଜି ଅନ୍ୟାୟ ଉପରେ ନ୍ୟାୟ ର ବିଜୟ ର ପ୍ରତୀକ ଭାବେ ହୋଲି ଖେଳ ରୂପେ ପାଳନ କରିଆସୁଛି। ସେହି ପରି ବ୍ରଜ ଭୂମିରେ କୃଷ୍ଣ ରାଧା ଙ୍କ ପ୍ରେମ କାହାଣୀ କୁ ଦର୍ଶାଇଥାଏ ଏହି ହୋଲି ର ପର୍ବ। ଆଜି ମଧ୍ୟ ବ୍ରଜ ଭୂମିରେ ଶ୍ରୀ କୃଷ୍ଣ ଏବଂ ରାଧା ଙ୍କ ପ୍ରେମ କୁ ସ୍ମରଣ କରି ରଙ୍ଗ ଖେଳ ଖୋଲାଯାଉଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done