ତାତିରୁ ନାହିଁ ନିସ୍ତାର


 ୪୦ ଡିଗ୍ରୀ ଟପିଲା ସହରର ତାପମାତ୍ରା । 

ସାରା ରାଜ୍ୟରେ ପ୍ରଚଣ୍ଡ ଖରା ।

୧୭ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର ।

ଝାରସୁଗୁଡ଼ା ସହ ୪୦ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା । 

ଝାରସୁଗୁଡାରେ ସର୍ବାଧ‌ିକ ୪୧ ଡିଗ୍ରୀ ରେକର୍ଡ ହୋଇଛି ତାପମାତ୍ରା । 

ସାରା ରାଜ୍ୟରେ ପ୍ରଚଣ୍ଡ ଖରା । ୧୭ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର । ୪୦ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା । ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି । ଦିନ ୧୧ଟାରୁ ୩ଟା ବାହାରକୁ ନଯିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି । ସେପଟେ ବଢୁଛି ଖରା,ଅସମ୍ଭାଳ ହେଉଛି ତାତି । ଝାରସୁଗୁଡ଼ା ସହରରେ ଏବେ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଯାହାଫଳରେ ଏବେ ଧୀରେ ଧୀରେ ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହରୁ ୩୮ ରୁ ୩୯ ଡିଗ୍ରୀ ଛୁଇଁଲାଣି ତାପମାତ୍ରା । ଯାହାକୁ ନେଇ ଏବେ ଚିନ୍ତା ଓ ଭୟରେ ସହର ବାସୀ । ଝାରସୁଗୁଡ଼ା ସହର ବିଶ୍ବର ଉତ୍ତପ୍ତ ସହର ପାଲଟିଛି ପୁଣି କେତେବେଳେ ଦେଶର ସବୁଠାରୁ ଉତ୍ତପ୍ତ ସହର ଭାବେ ନୂଆ ନୂଆ ରେକର୍ଡ ସୃଷ୍ଟି କରିଛି । ତେଣୁ ଚଳିତ ବର୍ଷ ଏବେ ଠାରୁ ଅନୁଭବ ହେଉଥିବା ଖରା ଓ ବଢିଚାଲିଥିବା ତାପମାତ୍ରା ଏବଂ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କୁ ଲକ୍ଷ୍ୟ କଲେ ଲାଗୁଛି ଚଳିତ ବର୍ଷର ତାପମାତ୍ରା ବିଗତ ବର୍ଷ ମାନଙ୍କରେ ସବୁ ରେକର୍ଡ କୁ ପାର କରିବ । ଚଳିତମାସ ୩ ଦିନ ମଧ୍ଯରେ ତାପମାତ୍ରା ବଢି ବଢି ୩୯ ଡିଗ୍ରୀ ପାଖ ଛୁଇଁଲାଣି । ତେଣୁ ବର୍ତ୍ତମାନ ର ଝାଞ୍ଜି ପବନ ଓ ତାପମାତ୍ରା କୁ ଅନୁଭବ କରି ଆଗକୁ ସ୍ଥିତି ଅତି ଜଟିଳ ହେବାନେଇ ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ମନରେ ଏବେରୁ ଭୟ ସୃଷ୍ଟି ହେବାର ଲାଗିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done