ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ନେଇ ଦେଲେ ସୂଚନା।
ଏଣିକି B Ed କରିବା ପାଇଁ ଇଛୁକ ଥିବା ଛାତ୍ର ଛାତ୍ରୀ ମାନଙ୍କୁ B Ed କରିବା ପାଇଁ ସ୍ନାତକ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯୁକ୍ତ ଦୁଇ ପାସ ପରେ ସିଧା ସଳଖ B Ed ଏଣ୍ଟ୍ରାନ୍ସ ପରୀକ୍ଷା ଦେଇପାରିବେ। ଏ ନେଇ ଉଚ୍ଚଶିକ୍ଷା ବିଭାଗର ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟି ଅନୁଷ୍ଠାନର ନିକଟସ୍ଥ ମହାବିଦ୍ୟାଳୟ ସହିତ ଏମ୍ଓୟୁ ସ୍ଵାକ୍ଷରିତ ହୋଇଛି । ପୂର୍ବରୁ ଗ୍ରାଜୁଏସନ୍ ପରେ ଶିକ୍ଷକ ଶିକ୍ଷଣ ଅନୁଷ୍ଠାନରେ ପଢ଼ିବାର ସୁଯୋଗ ମିଳୁଥିଲା । ଆଜି ଏମ୍ଓୟୁ ସ୍ଵାକ୍ଷର ପରେ ସେମାନଙ୍କୁ ନୂଆ ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେସନ ପ୍ରୋଗ୍ରାମ କୋର୍ସ ଆଧାରରେ ଯେଉଁମାନେ ଶିକ୍ଷକ ଶିକ୍ଷଣ ଅନୁଷ୍ଠାନରେ ପଢ଼ିବେ ସେମାନଙ୍କୁ ଆଉ ୫ ବର୍ଷ ପାଠ ପଢ଼ିବାକୁ ପଡ଼ିବନି । ମାତ୍ର ୪ ବର୍ଷ ଇଣ୍ଟିଗ୍ରେଟେଡ୍ କୋର୍ସ ଆଧାରରେ ଏକା ଥରକେ ଯୁକ୍ତ ୨ ପରେ ଛାତ୍ରଛାତ୍ରୀ ମାନେ ବିଏଡ୍ କରି ପାରିବେ । ତେବେ ୧୮୯ଟି ବେସରକାରୀ ସ୍ନାତକ ମହାବିଦ୍ୟାଳୟର ଭିତ୍ତିଭୂମି ଜନିତ ସମସ୍ୟା ଦୂର ପାଇଁ ବିଭାଗ ପକ୍ଷରୁ ୧୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
0 Comments