୨୦୨୫ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ରେ ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ବିଜୟ ଲାଭ କରି ଝାରସୁଗୁଡ଼ା ର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଟଙ୍କଧର ଙ୍କ ଦ୍ଵାରା ଦାଖଲ କରାଯାଇଥିବା ସତ୍ୟପାଠ ଭୁଲ ଅଛି ବୋଲି ଦୀପାଳି ଦାସ ହାଇକୋର୍ଟ ରେ ଅଭିଯୋଗ କରିଥିଲେ। ଏ ନେଇ ଟଙ୍କଧର ବିନା ଶୁଣାଣି ରେ ମାମଲା ଖାରଜ କରାଯାଉ ବୋଲି ଅନୁରୋଧ କରିଥିବା ବେଳେ ମାନ୍ୟବର ହାଇକୋର୍ଟ ଏହି ଅନୁରୋଧ କୁ ଅମାନ୍ୟ କରି କେସ ବନ୍ଦ ନ କରିବା ପାଇଁ ଆଦେଶ ଦେଇଛନ୍ତି। ଯାହା ଟଙ୍କଧର ତ୍ରିପାଠୀ ଙ୍କ ପାଇଁ ଏକ ବଡ ଝଟକା। ଏ ନେଇ ଟଙ୍କଧରଙ୍କ ବିରୋଧରେ ଅପରାଧିକ ମାମଲା ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ଦୀପାଳି ଦାସଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇବା ଅସାଧୁ ଉପାୟ ବୋଲି ହାଇକୋର୍ଟ କହିଛନ୍ତି। ତେବେ ଏହି ମାମଲା ନେଇ ଆସନ୍ତା ଏପ୍ରିଲ ୨୪ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ତାରିଖ ନିର୍ଦ୍ଧାରିତ କରିଛନ୍ତି।
0 Comments