କୋଶଳୀ ଭାଷାକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ


 କୋଶଳୀ ଭାଷା କୁ ମିଳିବନି ରାଜ୍ୟ ଭାଷା ମାନ୍ୟତା। କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। 

ବିଧାନସଭା ଗୃହରେ କୋଶଳୀ ଭାଷା କୁ ରାଜ୍ୟ ଭାଷା ମାନ୍ୟତା ମିଳିବ ନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ମନ୍ତ୍ରୀ। କିଛି ଦିନ ପୂର୍ବେ ଓଡ଼ିଶା ରେ ମିଶି ଆମର ମସ୍ତବଡ ଭୁଲ ହୋଇଛି ବୋଲି ଜୟନାରାୟଣ ମିଶ୍ର ମନ୍ତବ୍ୟ ରଖିଥିଲେ। ତେବେ ଏ ନେଇ ରାଜ୍ୟରେ ଭାଷା କୁ ନେଇ ରାଜନୀତି ସରଗରମ ହୋଇଥିଲା। ଆଜି ବିଧାନସଭା ଗୃହରେ ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ସେ କହିଛନ୍ତି।କୋଶଳୀକୁ ରାଜ୍ୟ ଭାଷା ମାନ୍ୟତା ପ୍ରସଙ୍ଗରେ ମନ୍ତ୍ରୀ କୁ ଟାର୍ଗେଟ କରିଛନ୍ତି ଜୟନାରାୟଣ । କହିଛନ୍ତି ଉତ୍କଳ, କଳିଙ୍ଗ ଓ କୋଶଳ ମିଶି ଓଡ଼ିଶା ର ଗଠନ  ଆଉ ରାଜ୍ୟରେ ସମସ୍ତ ଭାଷା କୁ ଉଚିତ୍ ସମ୍ମାନ ମିଳିବା କଥା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done