ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଢେଲା ମାଡ଼। କ୍ଷତିଗ୍ରସ୍ତ ହେଲା ଦୁଇଟି ବଗି।
ରାଉରକେଲା କଲୁଙ୍ଗା ଷ୍ଟେସନ ରେ ପୁରୀ ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ କୁ କିଛି ଦୁର୍ବୃତ୍ତ ଢେଲା ମାଡ଼ ମାରିଛନ୍ତି। ଏହା ଦ୍ଵାରା ଏକ୍ସପ୍ରେସ ର ଦୁଇଟି ବଗି ପ୍ରଭାବିତ ହୋଇଛି। ଷ୍ଟେସନ ରେ ବନ୍ଦେ ଭାରତ ଏକ୍ସପ୍ରେସ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ମାନେ ଆସି ଏହା ଉପରେ ଢେଲା ମାଡ଼ କରିଥିଲେ ଯାହା ଫଳରେ ଟ୍ରେନ ର ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଥିଲା। ଏପର୍ଯ୍ୟନ୍ତ କୌଣସି ଯାତ୍ରୀ ଙ୍କ ହାନୀ ହେଇଥିବା ସୂଚନା ମିଳିନି। ତେବେ କଉ କାରଣ ରୁ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଢେଲା ମାଡ଼ ହେଲା ଏହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
0 Comments