ଝାରସୁଗୁଡ଼ା ରେଳ ଷ୍ଟେସନ ରେ ଗୀତାଞ୍ଜଳି ଏକ୍ସପ୍ରେସରୁ ବାହାରିଲା ହଠାତ ଧୂଆଁ।
ଗତ କାଲି ରାତି ପ୍ରାୟ ୧୦ ଟା ବେଳକୁ ହାୱଡା ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିବା ବେଳକୁ ଏସ ୪ ବଗି ତଳୁ ପ୍ରବଳ ଧୂଆଁ ବାହାରିଥିଲା। ତେବେ ନିଆଁ ଲାଗିଥିବା ଭୟ ରେ ଯାତ୍ରୀ ମାନେ ଟ୍ରେନ ରୁ ଓହ୍ଲେଇ ପଡ଼ିଥିଲେ। ଟ୍ରେନ ଟି ଏକ ନମ୍ବର ପ୍ଲାଟଫର୍ମରେ ଥିବା ବେଳେ ଲୋକେ ଟ୍ରେନ ରୁ ଧୂଆଁ ବାହାରୁ ଥିବା ଦେଖି ଆତଙ୍କିତ ହୋଇଯାଇଥିଲେ। ସୂଚନା ପାଇ ରେଳବାଇ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ବ୍ରେକ ସୋ’ ଜଳି ଯିବା ସହ ପାଇପରୁ ଧୂଆଁ ବାହାରୁଥିବା ଜଣାପଡ଼ିଥିଲା | ବୈଷୟିକ ଟିମ୍ ତୁରନ୍ତ ଏହାର ଜଳିଯାଇଥିବା ବ୍ରେକ ସୋ ଏବଂ ପାଇପ ବଦଳାଇବା ପରେ ଟ୍ରେନ ପ୍ରାୟ ୧୮ ମିନିଟରେ ଷ୍ଟେସନ ରୁ ଛାଡ଼ି ଥିଲା।
0 Comments