ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି କ୍ରାଇମ୍‌ବ୍ରାଞ୍ଚ


 ନବ ଦାସଙ୍କ ହତ୍ୟା ମାମଲାରେ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ୍ ର ଡାକରା।

 ସୁଚନା ଅନୁଯାୟୀ ଦୁଇ ବର୍ଷ ତଳେ ଅର୍ଥାତ ଜାନୁଆରୀ ୨୯, ୨୦୨୩ ରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ତତ୍କାଳ ବିଜେଡି ସରକାର । 

ଯାହାକୁ ନେଇ ସିବିଆଇ ତଦନ୍ତ ଦାବି କରିଥିଲେ ସେ ସମୟରେ ବିରୋଧି । ହତ୍ୟାକାଣ୍ଡର ଦୁଇ ବର୍ଷ ପରେ ପୁଣି ସିବିଆଇ ତଦନ୍ତକୁ ନେଇ ଜୋର ଧରିଛି ରାଜନୀତି । 

ତେବେ କ୍ରାଇମବ୍ରାଞ୍ଚ୍ ନିଜ ତଦନ୍ତ କୁ ଆଗକୁ ବଢାଇ ମାର୍ଚ୍ଚ ର ପ୍ରଥମ ସପ୍ତାହର ଯେକୌଣସି ଦିନ ଦୀପାଳି ଓ ବିଶାଳ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଛି। 

ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିଥିଲେ ସେ କହିଥିଲେ ମୁଁ ଚାହେଁ ଘଟଣାର ଉଚିତ ତଦନ୍ତ ହୋଇ ଆମ ପରିବାର କୁ ନ୍ୟାୟ ମିଳୁ।

 ତେବେ ଆଗକୁ ଦେଖିବା ବାକି ରହିଲା କ୍ରାଇମବ୍ରାଞ୍ଚ୍ ସମସ୍ତ ଦୀପାଳି ଓ ବିଶାଳ ଙ୍କ ବୟାନ କୁ କିଭଳି ଭାବେ କାର୍ଯ୍ୟକାରୀ କରୁଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done