ନବଦାସ ହତ୍ୟା ମାମଲା


 ନବ ଦାସଙ୍କ ହତ୍ୟା ମାମଲାରେ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ୍ ର ଡାକରା କୁ ଖାରଜ କଲେ ଦୀପାଳି  ଓ ବିଶାଳ । ପାରିବାରିକ ସମସ୍ୟା ଯୋଗୁଁ ହାଜର ହେଲେ ନାହିଁ।

ଦିନକୁ ଦିନ ନବ ଦାସଙ୍କ ହତ୍ୟା ମାମଲା ନୂଆ ମୋଡ଼ ବେବାରେ ଲାଗିଛି। କ୍ରାଇମବ୍ରାଞ୍ଚ୍ ଏହି ହତ୍ୟା ମାମଲା ର ତଦନ୍ତ ଆରମ୍ଭ କରିଥିବା ବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ରାଇମବ୍ରାଞ୍ଚ୍ ଅଫିସ ରେ ହାଜର ହେବା ପାଇଁ ଉଭୟ ଦୀପାଳି ଦାସ ଓ ବିଶାଳ ଦାସଙ୍କୁ ପଚରା ଉଚରାକରିବା ପାଇଁ ଡାକରା ଦେଇଥିଲା। ତେବେ  ଦୀପାଳି ଓ ବିଶାଳ ପାରିବାରିକ ସମସ୍ୟା ଥିବା ଯୋଗୁଁ ଆସିପାରିବୁ ନାହିଁ ବୋଲି କହିଛନ୍ତି। ଏହା ସହିତ ଅଧିକ ସମୟ କ୍ରାଇମବ୍ରାଞ୍ଚ୍ ଙ୍କୁ ମାଗିଛନ୍ତି। ତଦନ୍ତ ପାଇଁ ପଚରା ଉଚରା କ୍ରାଇମବ୍ରାଞ୍ଚ୍ ଅଫିସ ରେ ନ ହୋଇ ଝାରସୁଗୁଡାରେ ହେଉ ବୋଲି ବିଶାଲ ଦାସ କ୍ରାଇମବ୍ରାଞ୍ଚ୍ କୁ ଅନୁରୋଧ କରିଥିବା ସୂଚନା ମିଳିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done