ମିଶନ ଆଶ୍ରା ୧ ରେ ଘର ବାହୁଡା଼ କାର୍ଯ୍ୟକ୍ରମ ଅନୁଷ୍ଠିତ


 ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, ଜିଲ୍ଲା ଖଣିଜ ପାଣ୍ଠି ଓ ପିପୂଲ୍ସ ଫୋରମ୍ ଦ୍ଵାରା ପରିଚାଳିତ ହଂ.କଟାପାଲି ସ୍ଥିତ ମିଶନ ଆଶ୍ରା ୧ ରେ ଆଜି ଘର ବାହୁଡା଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।

ପ୍ରାୟ ୫ ବର୍ଷ ତଳେ ଅଞ୍ଜ (ଜାନକୀ ପାତ୍ର) ନାମକ ଜଣେ ମାନସିକ ବିକାର ଗ୍ରସ୍ତ ମହିଳା କୁ ଝାରସୁଗୁଡ଼ା ର ହଂ.କଟାପାଲି  ଅଞ୍ଚଳ ରୁ ମିଶନ ଆଶ୍ରା ୧ ର ଉଦ୍ଧାର କାରି ଦଳ ଙ୍କ ଦ୍ଵାରା ଉଦ୍ଧାର କରି ହଂ.କଟାପାଲି  ସ୍ଥିତ ମିଶନ ଆଶ୍ରା  ୧ ରେ ଭର୍ତ୍ତି କରାଇଥିଲେ । ୫ ବର୍ଷ ର ସେବା ଯତ୍ନ , କାଉନସେଲିଂ ଓ ନିୟମିତ ଔଷଧ ଦ୍ଵାରା ଅଞ୍ଜ ନିଜର ଘର ଠିକଣା ବାଲେଶ୍ୱର ଜିଲ୍ଲା ର ସୀଙ୍ଗଲା ଥାନା ଅଧୀନ ସାହାଡ଼ା ଗ୍ରାମ ରେ ବୋଲି ମିଶନ ଆଶ୍ରା ର କର୍ମଚାରୀ ଙ୍କୁ ଜଣାଇ ଥିଲେ । ଏହା ପରେ  କେନ୍ଦ୍ରର କର୍ମଚାରୀ ମାନେ  ବାଲେଶ୍ୱର ଜିଲ୍ଲା ର ସୀଙ୍ଗିଲା ଥାନା ପୋଲିସ କର୍ମଚାରୀ ଙ୍କୁ ଯୋଗା ଯୋଗ କରି ଅଞ୍ଜ ର ଘର ଠିକଣା ବିଷୟରେ ଜଣାଇ ଥିଲେ । କିଛି ଦିନ ପରେ ପୋଲିସ ଙ୍କ ଠାରୁ ଖବର ପାଇ ତାର  ଘରଲୋକ ମିଶନ ଆଶ୍ରା ୧ ର କର୍ମଚାରୀ ଙ୍କୁ ଯୋଗ ଯୋଗ କରିଥିଲେ । ଅଞ୍ଜ ର ଖବର ପାଇବା ମାତ୍ରେ ଅଞ୍ଜ ର ସ୍ବାମୀ , ତାଙ୍କ ମାଆ ଏବଂ ଭାଇ ଆଜି ମିଶନ ଆଶ୍ରା ୧ ରେ ପହଞ୍ଚି ଥିଲେ ଏବଂ ନିଜ ସ୍ତ୍ରୀ କୁ ଏତେ ବର୍ଷ ପରେ ଦେଖି ଖୁସି ରେ ଆତ୍ମ ବିଭୋରିତ ହୋଇ ଯାଇଥିଲେ । ଏଠାରେ ସୂଚନା ଥାଉ କି ତାଙ୍କ ଘର ଲୋକ ଙ୍କ କଥା ଅନୁସାରେ ଅଞ୍ଜ ଙ୍କ ର ୨୦୧୯ ରୁ ମାନସିକ ସ୍ଥିତି ଅସନ୍ତୁଳନ ଦେଖା ଦେଇଥିଲା ତେଣୁ ସେ ୨୦୨୦ ରେ ଘରୁ ନିଖୋଜ ଥିଲେ । ଅଞ୍ଜ ଙ୍କ ସ୍ବାମୀ ଓ ଘର ଲୋକ କୋଭିଡ ସମୟ ରୁ ତାଙ୍କୁ ବହୁତ୍ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁନିଲ କୁମାର ନାୟକ ସାର୍ , ପିପୂଲ୍ସ ଫୋରମ୍ ର ପଶ୍ଚିମାଞ୍ଚଳ ମୂଖ୍ୟ ଶ୍ରୀଯୁକ୍ତ ସଞ୍ଜୟ ଜେଠୀ ସାର୍ ଓ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ଏହି ଅବସର ରେ ଆମର ଆରାଧ୍ୟ ଦେବତା ମହା ପ୍ରଭୁ ଜଗନ୍ନାଥ ଙ୍କର ପ୍ରତି ଛବି କୁ ଜିଲ୍ଲା ସୁରକ୍ଷା ଅଧିକାରୀ ଙ୍କ ଦ୍ଵାରା ଅର୍ପଣ କରି ଅଞ୍ଜ ର ଭବିଷ୍ୟତ ଜୀବନ ପାଇଁ ଉନ୍ନତି କାମନା କରିଥିଲେ । ଏହା ଛଡ଼ା କେନ୍ଦ୍ରର ଅନ୍ତେବାସୀନି ମାନେ ମଧ୍ୟ ଅଞ୍ଜ କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done