ବ୍ରଜରାଜନଗର ଅଧିନସ୍ଥ ଚାନ୍ଦନୀମାଲ ରେ ମହା ସମାରୋହର ସହିତ ଧନୁଯାତ୍ରା ମହୋତ୍ସବ ଉତ୍ସବ ମୁଖର ହୋଇ ଯାଇଛି


 ଥରୁଛି ମଥୁରା ନଗରୀ ଜମୁଛି ଲୋକଙ୍କ ଭିଡ଼ 

ବ୍ରଜରାଜନଗର ଅଧିନସ୍ଥ ଚାନ୍ଦନୀମାଲ ରେ ମହା ସମାରୋହର ସହିତ ଧନୁଯାତ୍ରା ମହୋତ୍ସବ ଉତ୍ସବ ମୁଖର ହୋଇ ଯାଇଛି । ମହାଶିବରାତ୍ରୀ ଓ ଜାଗରଯାତ୍ରା କମିଟି ପକ୍ଷରୁ ଚାଲିଥିବା ଧନୁଯାତ୍ରା ର ଦ୍ଵିତୀୟ ଦିନରେ କଂସ ଙ୍କ ରାଜ୍ଯ ଭିଷେକ, ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ପ୍ରଭୂ ଶ୍ରୀକୃଷ୍ଣ ଙ୍କ ଜନ୍ମ , ବାସୁଦେବ ପ୍ରଭୂ ଶ୍ରୀ କୃଷ୍ଣ ଙ୍କୁ ଧରି ଗୋପପୁର କୁ ଯାତ୍ରା । ସକଟା ଧେନୁ ଙ୍କୁ ଗୋପପୁର କୁ ପ୍ରେରଣ କରାଯାଇଥିଲା । ଗୁରୁବାର ତୃତୀୟ ଦିବସ ସନ୍ଧ୍ୟାରେ ଗୋପପୁରରେ ନନ୍ଦୋତ୍ସବ , ପ୍ରଭୂ ଶ୍ରୀ କୃଷ୍ଣଙ୍କ ଦୋଳି ଝୁଲା ରାସନୃତ୍ୟ ବାଲ୍ୟଲିଲା ସହ ବୃନ୍ଦାବନ ଓ ମଥୁରାପୁର ରେ କାଳିଆ ଦଳନ ଦେଖାଇବାକୁ ମିଳିଥିଲା । ଗୋପପୁର ର ନିର୍ଦ୍ଧେଶକ ଶ୍ରୀ ପଞ୍ଚାନନ ବିର୍ତିୟା ଙ୍କ ନିର୍ଦ୍ଦେଶନା ରେ କଳାକାର ମାନଙ୍କ ଅଭିନୟ ବେଶ୍ ଲୋକଙ୍କୁ ଆକର୍ଷିତ କରିଥିଲା । ନନ୍ଦ ରାଜା ଭୂମିକା ରୂପେ ସ୍ତାନୀୟ କଳାକାର ଦିଲୀପ ବଢ଼ାଇ ଅଭିନୟ କରିଥିବା ବେଳେ ସୂଦୁର ବରଗଡ଼ ଜିଲ୍ଲା ରୁ ଝସକେତନ ପ୍ରଧାନ କଂସ ଭୂମିକରେ ସନ୍ଧ୍ୟାରେ ମଥୁରା ନଗରୀରେ ମହାରାଜା କଂସ ଙ୍କ ମଥୁରା ଦିଗ୍ ବିଜୟ ସହିତ ମୁନିଋଷିଙ୍କ ଯଜ୍ଞଭଜ୍ଞ । ରାଜା ଦରବାରରେ କୃଷ୍ଣ ବଳରାମ ଙ୍କୁ ନିଧନ ପାଇଁ ପୁର୍ନବାର ତୃଣ, ଧେନୁ, ସଣ୍ଡାସୂରଙ୍କୁ ଗୋପପୁର କୁ ପ୍ରେରଣ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରଣା ଦେଇଥିଲେ |ଏ ଅବସରରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମିଶ୍ର , ରାଜପୁର ସରପଞ୍ଚ, ପୂର୍ବତନ ସମିତି ସଭ୍ୟ ଗଣେଶରାମ ବାଗ , ଧନୁଯାତ୍ରା କମିଟିର ସଭାପତି ପ୍ରମୋଦ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ କେଶବ ରୋହିଦାସ୍ ସମ୍ପାଦକ ପର୍ଶୁରାମ ରୋହିଦାସ୍ , କୋଷାଧ୍ଯକ୍ଷ ଲିଙ୍ଗରାଜ ରୋହିଦାସ୍ ପ୍ରମୁଖ ବୁଦ୍ଧିଜୀବୀ ଗଣ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done