କୋଇଲି ଘୋଘର ରେ ମହାଶିବରାତ୍ରିରେ ନୂଆଁଆଶା ପକ୍ଷରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ।
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକରେ ଥିବା ପ୍ରସିଦ୍ଧ ଶୈବପିଠ କୋଇଲି ଘୋଘର ରେ ମହାଶିବରାତ୍ରି ପାଳିତ ହୋଇଯାଇଛି।ହଜାର ହଜାର ଭକ୍ତ ଏହି ଶୈବପୀଠରେ ଦର୍ଶନ କରିବାକୁ ଆସିଥିବା ବେଳେ ନୂଆଁଆଶା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦହି ପାଣି ବ୍ୟବସ୍ଥା କରାଯାଇଥିଲା।ସକାଳ ୧୧ଟା ରୁ ଆରମ୍ଭ କରି ସନ୍ଧ୍ୟା ୩ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରାୟ ୨,୦୦୦ ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଦହିପାଣି ଦିଆ ଯାଇଥିଲା।ନୂଆଁଆଶା ସଂଗଠନର ସମ୍ପାଦକ ଅନିତା କାଲୋ,ବିଶ୍ୱଜିତ ପସାୟତ, ମୁକେଶ ବାଗ, ବିବେକ ରାଉତ,ନେତ୍ରାନନ୍ଦ ସାହୁ,ଧରଣୀ ରୋହୀଦାସ, ଦୀପକ ବାରିକ ଏବଂ ଜ୍ୟୋସ୍ନା ସା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
0 Comments