ଝାରସୁଗୁଡ଼ା ଜିଲ୍ଲାର ଚାନ୍ଦିନୀମାଲ ପଞ୍ଚାୟତ ଅନ୍ତର୍ଗତ ବରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆମ ସଂସ୍କୃତି ଆମ ଖେଳଣା ଏବଂ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବରେ ଚିଚିଣ୍ଡା କ୍ଲଷ୍ଟର ସିଆରସିସି ସନ୍ତୋଷ କୁମାର ନଇଁ ଓ ଅନ୍ତ ନେବେଶୀ ଶିକ୍ଷା ସ୍ୱଚ୍ଛର ମୁନା ଧୁରୁଆ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଯତୀନ୍ଦ୍ର ପଟେଲ ପରିଚାଳନା କମିଟିର ସରକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାଏକ,ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତ,ଠାକୁର ପ୍ରଧାନ,ପିଣ୍ଟୁ ନାଏକ,ଲକ୍ଷ୍ମଣ ସେଟ,ଘନଶ୍ୟାମ ଭଇଁଷାଲ ପ୍ରମୁଖ ଉପପ୍ଥିତ ଥିଲେ । ସରକାରୀ ଶିକ୍ଷୟିତ୍ରୀ ଅନିତା ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସରକାରୀ ଶିକ୍ଷୟିତ୍ରୀ ଡଲିରାଣୀ ପଟେଲ ସଭାକୁ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ପରିପ୍ରକାଶ ଓ ସେମାନଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ଏପରି ବାର୍ଷିକ ଉତ୍ସବ ଆୟୋଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ । ଶେଷରେ ସରକାରୀ ଶିକ୍ଷୟିତ୍ରୀ ସୁନୀତା ପଟେଲ ଧନ୍ୟବାଦ୍ ଅର୍ପଣ ଭାଷଣ ଦେଇଥିଲେ ।
0 Comments